
ଭୁୁବନେଶ୍ୱର, ଜାତୀୟ ମଶା ଗବେଷଣା କେନ୍ଦ୍ରକୁ ରାଉରକେଲାରୁ ରାଂଚି ଉଠାଇ ନିଆ ଯାଇଥିବାକୁ ନେଇ ବିଧାନସଭାରେ ମଙ୍ଗଳବାର ଦିନ ବିଜେଡି ସଭ୍ୟ କିଶୋର ମହାନ୍ତି ଉଦବେଗ ପ୍ରକାଶ କରିଛନ୍ତି । ଏ ନେଇ ରାଜ୍ୟ ସରକାର ପତ୍ର ଲେଖି ଏହାକୁ ବିରୋଧ କରିବାକୁ ସେ ଦାବି କରିଛନ୍ତି । ମଙ୍ଗଳବାର ଦିନ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମହାନ୍ତି କହିଥିଲେ ଯେ ଗତ ଜାନୁଆରୀ ମାସରେ ଜାତୀୟ ମଶା ଗବେଷଣା କେନ୍ଦ୍ରକୁ ରାଉରକେଲାରୁ ରାଂଚି ଉଠାଇ ନିଆ ଯାଇଛି । ସବୁ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକୁ ଧୀରେ ଧୀରେ ଓଡିଶାରୁ ବାହାରକୁ ନିଆ ଯାଉଛି, ଯାହା ଚିନ୍ତାର ବିଷୟ ।
ସେ କହିଛନ୍ତି ଯେ ଦେଶରେ ମ୍ୟାଲେରିଆ ରୋଗୀ ମାନଙ୍କ ମଧ୍ୟରେ ଓଡିଶାୀରେ ୧୧.୮ ପ୍ରତିଶତ ରୋଗୀ ଅଛନ୍ତି । ଏହାକୁ ଆଖି ଆଗରେ ରଖି ୧୯୮୬ ମସିହାରେ ଏହି କେନ୍ଦ୍ର ଗଂଜାମ ଜିଲ୍ଲାରେ ସ୍ଥାପନା କରା ଯାଇଥିଲା । ଏହା ପରେ ୧୯୮୮ରେ ଏହାକୁ ରାଉରକେଲା ସ୍ଥାନାନ୍ତର କରା ଯାଇଥିଲା ।