କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ମାଘ ଶୁକ୍ଳ ନବମୀ ତିଥି ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ (ରୋହିଣୀ ବୃଷ) ପଡ଼ିଥିବାରୁ ଠାକୁର ମାନଙ୍କ ନକ୍ଷେତ୍ର ବନ୍ଦାପନା ନୀତି ମଧ୍ୟାନ ଧୂପ ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଟିତ ହୋଇଅଛି । ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୫୦ ମି. ରେ ସମ୍ପନ୍ନ ପରେ ଭିତର ଶୋଧ ଘ.୬.୪୦ ରେ ବଢି ମଙ୍ଗଳ ଆଳତି ସକାଳ ଘ.୬.୫୫ ରେ ଅନୁଷ୍ଟିତ ହେବାପରେ ମହାପ୍ରଭୁଙ୍କ ପରବର୍ତ୍ତୀ ଦୈନଦିନ ନୀତି ବଢି ମହାପ୍ରଭୁଙ୍କ ମଧ୍ୟାନ ଧୂପ ଛେକ ଅପରାହ୍ନ ଘ.୨.୩୦ ରେ ଆସିବାପରେ ନକ୍ଷେତ୍ର ଦିଅଁ ଘ.୨.୩୫ ରେ ଭିତରକୁ ବିଜେ କରିଥିଲେ |ଏହାପରେ ମହାପ୍ରଭୁଙ୍କ ମଧ୍ୟାନ ଧୂପ ଘ.୩.୩୦ ରେ ଶେଷହୋଇ ପ୍ରସାଦ ବାହାରି ପାଣିପଡି ମଇଲମ ହୋଇ, ବେଶ ପରେ ତିନି ବାଡ଼ରେ କର୍ପୂର ଆଳତି ଓ ନକ୍ଷେତ୍ର ବନ୍ଦାପନା ଶେଷ ହୋଇ, ଆଜ୍ଞାମାଳ ଲାଗି ପରେ ନକ୍ଷେତ୍ର ଦିଅଁ ପଟୁଆରରେ ପାଲିଙ୍କିରେ ବିଜେ ହୋଇ, ନକ୍ଷେତ୍ର ବେଢ଼ା ପାଇଁ ଘ.୪.୦୦ ରେ ବାହାରି ଥିଲେ | ଅପରାହ୍ନ ଘ.୪.୧୦ ରେ ବେଢା଼ସାରି ମହାଜନେ ଶ୍ରୀ ମଦନମୋହନଙ୍କୁ ଜୟ ବିଜୟ ଦ୍ଵାରକୁ ବିଜେ କରାଇଥିଲେ | ତତ୍ପରେ ବିଧି ମତେ ଜୟବିଜୟ ଦ୍ୱାର ବନ୍ଦ ହେବାପରେ ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତେ କୋରା ଭୋଗ ଏବଂ ବିଜେ ଠାକୁରଙ୍କୁ ସମର୍ପି ମଣୋହି କରି ପୂଜା କରିବା ପରେ ବନ୍ଦାପନା, କର୍ପୁର ଆଳତି,, ବତି ଆଳତି ପରେ, ଜୟବିଜୟ ଦ୍ୱାର ଖୋଲିବା ପରେ ଠାକୁର ଦଖିଣି ଘରକୁ ଘ.୪.୨୫ ରେ ବାହୁଡା ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ମାନ ଅନୁଷ୍ଟିତ ହୋଉ ରାତ୍ର ପହୁଡ଼ ଅନୁଷ୍ଟିତ ହୋଇଛି |