-
ଧାନମନ୍ତ୍ରୀ 23 ଫେବୃଆରୀ 2021 ରେ ଆଇଆଇଟି ଖଡଗପୁରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ
-
ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର 66 ତମ ସମାରୋହକୁ ସମ୍ବୋଧିତ କରିବେ
ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ
ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡଗପୁର ଦ୍ୱାରା ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଏହି ଅନୁଷ୍ଠାନ ଅନୁପ୍ରାଣିତ ହୋଇଛି ଯେ ବିଜ୍ଞାନ ଏବଂ ଉଦ୍ଭାବନରେ ପୁଞ୍ଜି ବିନିଯୋଗ ଏବଂ ଏହାର ଗବେଷଣା ଦ୍ୱାରା ଭାରତର ଭବିଷ୍ୟତ ଗଠନ ହେବ । ଏହି ଡାକ୍ତରଖାନା ଜ୍ଞାନକୌଶଳ ଏବଂ ସ୍ୱାସ୍ଥ୍ୟସେବା ମଧ୍ୟରେ ମିଶ୍ରଣର ଏକ ଉତ୍ପାଦ ହେବ ।
ଆଇଆଇଟି ଖଡଗପୁରର ଉତ୍ତରାଧିକାରୀ ଭାବେ ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟସେବା ଜ୍ଞାନକୌଶଳର ବିକାଶ କରିବ, ଏହି ଡାକ୍ତରଖାନା ଦ୍ରୁତ ବାୟୋମେଟିକାଲ, କ୍ଲିନିକାଲ ଏବଂ ଟ୍ରାନ୍ସଲେସନାଲ ଗବେଷଣା, ରିମୋଟ ଡାଇଗ୍ନୋଷ୍ଟିକ୍ର ବିକାଶ, ଟେଲିମେଡିସିନ୍, ଟେଲିରାଡାଇଓଲୋଜିର ବିକାଶ ସହିତ ଔଷଧ ଡିଜାଇନ୍ ଏବଂ ବିତରଣ କ୍ଷେତ୍ରରେ ଗବେଷଣା କରିବ । ସ୍ନାତକୋତ୍ତର ଏବଂ ଡକ୍ଟରାଲ୍ ପ୍ରୋଗ୍ରାମ ସହିତ 2021-22 ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।