ହାମରେଜ ସେପଟିସେମିଆ ରୋଗ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍ ପୂର୍ବରୁ ସ୍ପଷ୍ଟ କରିଛି । ତେବେ ଅଭୟାରଣ୍ୟ ମଧ୍ୟରେ ଏହି ରୋଗ କିପରି ବ୍ୟାପୁଛି, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ତିନି ଜଣିଆ କେନ୍ଦ୍ରୀୟ ଟିମ୍ ସେଠାକୁ ଯାଇଥିଲେ । ଶନିବାର ଦିନ ତମାମ ଟିମ୍ ର ସଦସ୍ୟ ମାନେ ଅଭୟାରଣ୍ୟରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ସଂନ୍ଧ୍ୟାରେ ଭବାନୀପାଟଣା ଫେରି ଜିଲ୍ଲାପାଳଙ୍କ ସହ ଏନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।