
ବାରିପଦା – ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା। ପ୍ରେମିକାଙ୍କୁ ଠକି ଦେଲେ ଲଭ୍ ଗୁରୁ। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଏବଂ ପରେ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଲଭ୍ ଗୁରୁ। ଏମିତି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଛି। ଗିରଫ ଅଭିଯୁକ୍ତ ହେଲେ ଶିକ୍ଷକ ସୁରେଶ ଚନ୍ଦ୍ର ମାରାଣ୍ଡି। ସ୍ଥାନୀୟ ଏକ ହାଇସ୍କୁଲରେ ଶିକ୍ଷକ ଥିବା ସୁରେଶ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ଏବେ ଯୁବତୀ ଜଣକ ଦୁଇ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ, ଶିକ୍ଷକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏନେଇ ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗରିଫ କରିଥିବାର ଜଣାପଡିଛି।