ବ୍ରହ୍ମପୁର: ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହର ଜଳବନ୍ଦୀ ହେଉଛି। ଏହି ସମସ୍ୟା ସମ୍ପର୍କରେ ବିଏମସି ଅବଗତ ଅଛି। ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛି ବୋଲି କମିଶନର ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି। ଗୁରୁବାର ୨୧ ଟିମ ବିଭିନ୍ନ ଅଞ୍ଚଳରେ ପୋତି ହୋଇପଡିଥିବା ନାଳନର୍ଦ୍ଧମା ସଫାକରି ଜଳପ୍ରଭାବକୁ ସ୍ଵଭାବିକ କରିଛନ୍ତି। ତେଣୁ ପୂର୍ବ ଅପେକ୍ଷା କେତେକ ଅଞ୍ଚଳରେ ଜଳବନ୍ଦି ସମସ୍ୟା କମିଛି। ଆଗାମୀ ଦିନରେ ସମସ୍ତ ନାଳ ପ୍ରଶସ୍ତ କରିବାକୁ ପଦକ୍ଷେପ ନିଆଯାଇଛି। ସମ୍ପ୍ରତି ଗାନ୍ଧିନଗର ଅଞ୍ଚଳରୁ ଆରମ୍ଭ କରି ରୁକ୍ମଣୀ ହଲ ଡାଉନ ଧର୍ମନଗର ଅଞ୍ଚଳରେ ରହିଥିବା ସମସ୍ୟାର ସମାଧାନ ପାଇଁ ନାଳର ସମ୍ପ୍ରସାରଣ କରାଯିବ। ସେଥିପାଇଁ କିଛି ଜମି ଅଧିଗ୍ରହଣ କରାଯିବ। ଏହାବ୍ୟତୀତ ଗଜପତି ନଗର ଅଞ୍ଚଳର ଜଳବନ୍ଦୀ ସମସ୍ୟାକୁ ସମାଧାନ ପାଇଁ ଏହି ଅଞ୍ଚଳର ନାଳନର୍ଦ୍ଧମାଗୁଡିକୁ ବିଦ୍ୟୁତପୁର କଲୋନୀଠାରେ ନିର୍ମାଣ ହୋଇଥିବା ଓଡ଼ିଆରପି ନାଳ ସହିତ ସଂଯୋଗ କରାଯିବ। ସେହିଭଳି ନିଳାଦ୍ରୀବିହାର ଅଞ୍ଚଳରେ ଥିବା ସମସ୍ୟାକୁ ଧୁର କରିବା ପାଇଁ ରାଜୀବ ଆବାସ କଲୋନୀ ନିକଟରେ ରହିଥିବା ସଂଯୋଗ ନାଳକୁ ପ୍ରଶସ୍ତ କରାଯିବ। ବାହାନାନାଳ ଯୋଗୁ ସହରର ଉତ୍ତର ପାର୍ଶ୍ଵରେ ବହୁ ଅଞ୍ଚଳରେ କୁତ୍ରିମ ବନ୍ୟା ହେଉଥିବା କମିଶନର ସ୍ବୀକାର କରିଛନ୍ତି। ତେଣୁ ଏହାକୁ ଠିକ ଭାବେ ସଫେଇ କରିବା ପାଇଁ ଗୁଜୁରାଟର ଏକ ସଂସ୍ଥା ସହ କଥାବାର୍ତ୍ତା ହୋଇଛି। ଖୁବଶୀଘ୍ର ବାହାନାନାଳର ପ୍ରବାହକୁ ସ୍ୱାଭାବିକ କରାଯିବ। ବର୍ଷା ବନ୍ଦ ହେବ ପରେ ପରେ କାମ ଆରମ୍ଭ ହେବ ବୋଲି କମିଶନର ଶ୍ରୀ ରାଠୋର କହିଛନ୍ତି। ବାହାନାନାଳର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛି ଡ୍ରେନେଜ ଡିଭିଜନ। କିଛି ବର୍ଷ ପୂର୍ବେ ବହୁ କୋଟି ଟଙ୍କା ବ୍ୟୟରେ ବାହାନାନାଳରୁ ପଙ୍କ ଉଦ୍ଧାର କରିବା ସହ ଏହାର ଦୁଇପାର୍ଶ୍ୱରେ ପକ୍କା ପଥର ବନ୍ଧେଇ କରିବା ପାଇଁ ଯୋଜନା କରିଥିଲେ। ସମ୍ପୃକ୍ତ କାର୍ଯ୍ୟ କେଉଁ ସ୍ଥିତିରେ ରହିଛି, ମୋଟ ବ୍ୟୟ ଅଟକଳରୁ କେତେ ଟଙ୍କା ଏଯାବତ ଖର୍ଚ୍ଚ ହୋଇଛି ସେନେଇ କୌଣସି ସୂଚନା ଉପଲବ୍ଧ ହୋଇନାହିଁ। ଅନ୍ୟପକ୍ଷରେ ବାହାନାନାଳ ଯୋଗୁ ସହରର ଶତାଧିକ ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଗଞ୍ଜାମ ଜିଲ୍ଲାପାଳ, ବିଏମସି କମିଶନର, ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ହେଉଛି

Related Stories
November 22, 2024