
ଭୁବନେଶ୍ବର, ଆନ୍ତର୍ଜାତିକ ମାତୃଭାଷା ଦିବସରେ ମାତୃଭାଷାକୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବାକୁ ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଶ୍ରୀ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ – ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ବ୍ୟାପକ ପ୍ରସାରରେ ମାତୃଭାଷାର ବଳିଷ୍ଠ ଭୂମିକା ରହିଛି। ଆମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ଅତୁଳନୀୟ ଅବଦାନ ଥିବା ମହାପୁରୁଷମାନଙ୍କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସ୍ମରଣ କରି ଆସନ୍ତୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବା।