ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀମାନଙ୍କର କାର୍ତିକ ବ୍ରତ । ଏହି ଅବସରରେ ବ୍ରତଧାରୀମାନେ ପ୍ରତୁ୍ୟଷରୁ ଉଠି ରାଜଧାନୀର ବିନ୍ଦୁସାଗରରେ ବୁଡ଼ ପକାଇବା ସହ ଲିଙ୍ଗରାଜ ମନ୍ଦିର, ଅନନ୍ତବାସୁଦେବ ମନ୍ଦିର, କପିଳେଶ୍ୱର ମନ୍ଦିର ଏବଂ କେଦାରଗୌରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାବ୍ୟତୀତ ରାଜଧାନୀରେ ଥିବା ବିଭିନ୍ନ ଶିବ ମନ୍ଦିର ଏବଂ ବିଷ୍ଣୁମନ୍ଦିରମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହିସବୁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଆଖିରେ ରଖି ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଥିଲା । ହବିଷ୍ୟାଳୀମାନେ ତୁଳସୀ ଗଛ ମୂଳରେ କାର୍ତିକ ବ୍ରତାରମ୍ଭ କରିଥିଲେ । ଆସନ୍ତା ଏକମାସ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯିବ ।
Related Stories
November 23, 2024