-
ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର ବଜାସାଲ ନୃତ୍ୟଦଳ
ଏହି ଅବସରରେ ମୁଖ୍ୟ ଅତିଥି କଳା, ସଂସ୍କୃତିକୁ ପ୍ରମୁଖତାର ଏକ ସଂଚାଳନ କରି ବିଭାଗକୁ ଚଳଚଞ୍ଚଳ କରାଯାଇଥିବା, ସମସ୍ତ ପୁରସ୍କାର, ସମ୍ମାନକୁ ପ୍ରଦାନ କରାଯାଇଥିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଆଗାମୀ ଦିନରେ ଏହି ବିଭାଗ ସରକାରଙ୍କ ମୁଖଶାଳା ଭାବେ ପ୍ରତିପାଦିତ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି କ୍ୟାପ୍ଟେନ୍ ମିଶ୍ର କହିଥିଲେ ଯେ କଳାହାଣ୍ଡି ଆଜି ଏକ ଭିନ୍ନ ରୂପରେ ବିକାଶର ନୂତନ ସୋପାନରେ ଉପନୀତ । ଯଦି କେହି ବିକାଶର ପଦଚିହ୍ନ ଦେଖିବାକୁ ଚାହୁଁଛନ୍ତି ସେ ଥରେ କଳାହାଣ୍ଡି ଆସି ବୁଲିଯିବାକୁ ସେ କହିଥିଲେ । ସେ ନିକଟରେ ନୂଆଦିଲ୍ଲୀର ଜନରାଜ୍ୟ ଦିବସ ପ୍ୟାରେଡ୍ରେ ଭାଗନେଇଥିବା କଳାହାଣ୍ଡିର ‘ବଜାସାଲ୍’ ନୃତଦଳକୁ ତାଙ୍କର ଚିତ୍ତାକର୍ଷକ ପରିବେଷଣ ପାଇଁ ବଧେଇ ଜଣାଇଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟରେ ୪୨୦ଟି ଲୋକକଳା ରହିଥିବାବେଳେ ଏଥିରେ ସଂପୃକ୍ତ କଳାକାରମାନଙ୍କ ଜୀବନଜୀବିକାକୁ ବଞ୍ଚାଇ ରଖିବାର ଦାୟିତ୍ୱ ଏହି ବିଭାଗର ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ କୋଭିଡ୍ ମହାମାରୀ ପରେ ଆଜି ଚଳିତ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହେଉଥିବା ଦର୍ଶାଇ ଏହା ପ୍ରତି ମାସ ୨୦ ତାରିଖରେ ପୂର୍ବପରି ଗୋଟିଏ ଗୋଟିଏ ଲୋକକଳାକୁ ନେଇ ଆୟୋଜିତ ହେବ ବୋଲି କହିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ଅତିଥି କ୍ୟାପ୍ଟେନ୍ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ମଞ୍ଚରେ କଳାହାଣ୍ଡିର ବଜାସାଲର ଭବ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ବଲାଙ୍ଗୀରରୁ ଆସିଥିବା ଦୁଲ୍ଦୁଲି ପରିବେଷଣ କରାଯାଇଥିଲା ଏବଂ ଦୁଲିଦୁଲିର ଟିମ୍ ଲିଡର ପାଣିନା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅପରାହଅରେ କଳାକାରମାନଙ୍କୁ ନେଇ ଏକ ଚିତ୍ତାକର୍ଷକ ସାଂସ୍କୃତିକ ଶୋଭାଯାତ୍ରା ରବୀନ୍ଦ୍ରମଣ୍ଡପଠାରୁ ବାହାରି ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । କାର୍ଯ୍ୟକ୍ରମକୁ ଶ୍ରୀ ଅବନୀ କୁମାର ମିଶ୍ର ଓ ସୁଶ୍ରୀ ଗୁଚ୍ଛି ସଂଯୋଜନା କରିଥିବାବେଳେ ଅତିରିକ୍ତ ସଚିବ ଡ. ରାମକୃଷ୍ଣ ସାହୁ ଓ ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ, ରାଜ୍ୟ ସଂସ୍କୃତି ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ ।