
କଟକ,କ୍ରାଇମବ୍ରାଂଚ ଏସଟିଏଫ ପକ୍ଷରୁ ପୁରୁଣା କଟକ – ସମ୍ବଲପୁର ରାସ୍ତାର ଆଙ୍କୁଲା ଠାରେ ଥିବା ହୋଟେଲରେ ଚଢ଼ଉ କରାଯାଇ ୧୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାରେ ହୋଟେଲ ମାଲିକଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ଏସଟିଏଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି ।