ପୁରୀ – ଆଜିଠୁ ଆରମ୍ଭ ହୋଇଛି ପବିତ୍ର ଧର୍ମ ମାସ କାର୍ତିକ । ବିଶ୍ୱାସ ରହିଛି ଏହି ମାସରେ ଆମିଷ ତଥା ପିଆଜ, ରସୁଣ ଆଦିରେ ପ୍ରସ୍ତୁତ ଖାଦ୍ୟକୁ ବର୍ଜନ କରି କାର୍ତିକ ବ୍ରତ ପାଳନ କରିବା ସହ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳେ । ଏହି ବିଶ୍ୱାସ ନେଇ ଆଜି ପୁରୀକୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀ । ଆଜି ଭୋରରୁ ହବିଷ୍ୟାଳୀମାନେ ମାର୍କଣ୍ଡ ପୁଷ୍କରିଣୀ, ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ ପୂର୍ବକ ନବ ବସ୍ତ୍ର ପରିଧାନ କରି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ । ସେଠାରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ କରିବା ସହ ଆନନ୍ଦ ବଜାରରେ ଅବଢ଼ା ଓ ନିର୍ମାଲ୍ୟ ପାଇ ପ୍ରଥମ ଦିନର କାର୍ତିକ ବ୍ରତ ପାଳିଛନ୍ତି ।
Related Stories
November 23, 2024
November 23, 2024
November 23, 2024