ଅଭିଯୋଗରୁ ପ୍ରକାଶ, ରାଉରଲେଲା ଛେଣ୍ଡ ଅଂଚଳରେ ରହୁଥିବା ଜଣେ ଅସହାୟ ତଥା ସମାଜସେବୀ ମହିଳାଙ୍କ ସହ ଏହି ଯୁବ ସାମ୍ବାଦିକ ଜଣକ ସମ୍ପର୍କ ପ୍ରତିଷ୍ଠା କରି ତାଙ୍କ ଘରକୁ ଯାତାୟତ କରିବା ସହ ପ୍ରଥମେ ଖାଦ୍ୟରେ ନିଶା ଦେଇ ମହିଳା ଜଣକ ସହିତ ଯୋର ଜବରଦସ୍ତ ଶାରୀରିକ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ପରେ ମହିଳା ଜଣଙ୍କର ହୋସ ଆସିବା ପରେ ସେ କନ୍ଦା କନ୍ଦି କରିବାରୁ ଉଭୟଙ୍କ ଭିତରେ ପାଟି ତୁଣ୍ଡ ହୋଇଥିଲା । ପରେ ଯୁବକ ଜଣକ ବିବାହର ସ୍ୱପ୍ନ ଦେଖାଇ ମହିଳା ଜଣଙ୍କ ସହ ସମ୍ପର୍କ ରଖି ଆସୁଥିଲେ । ତା ଭିତରେ ମହିଳା ଜଣକ ଯୁବକଙ୍କ ଘରେ ମଧ୍ୟ କିଛି ଦିନ ରହିବା ପରେ ସେଠାରେ କୌଣସି ସମସ୍ୟା ହେବାରୁ ସେ ଚାଲି ଆସିଥିଲେ । ପରେ ମହିଳା ଜଣଙ୍କୁ ବିବାହ କରିବା ବିଳମ୍ବ ହେବା ଓ ଯୁବକ ଜଣକ ତାର ପ୍ରତିଶୃତି ନରଖିବା ନେଇ ଛେଣ୍ଡ ଥାନାରେ ୩ ବର୍ଷ ଭିତରେ ବାରମ୍ବାର ଏତଲା ଦେବା ପରେ ମଧ୍ୟ ତତକାଳିନ ଥାନା ବାବୁ ମାନେ ସାମ୍ବାଦିକ ବାବୁ ବୋଲି କୁଆଡେ ଛାଡି ଦେଇଥିଲେ ବୋଲି ଖବର ମିଳିଛି । ଏପରିକି କିଛି ଅସାମାଜିକ ତତ୍ୱ ଯେଉଁ ମାନେ ବଡ ବଡ ମିଡିଆରେ ସମ୍ପୃକ୍ତ ସେମାନେ ମଧ୍ୟ ଏ ବାବୁଙ୍କୁ ସହେଯାଗ କରୁଥିବାର ଖବର ମିଳିଛି । ତାପରେ ଏହି ଯୁବକ କାମ କରୁଥିବା ଏକ ଖଣି ମାଲିକଙ୍କ ଖବର କାଗଜକୁ ଛାଡି ମହିଳା ଜଣଙ୍କୁ ନେଇ ଭୁବନେଶ୍ୱର ଚାଲିଯାଇଥିଲେ । ସେଠାରେ ବେଶ୍ କିଛି ଦିନ ଭଡ଼ା ଘର ଓ ହୋଟେଲରେ ସମୟ କାଟି ମହିଳା ଜଣଙ୍କୁ ବୁଝାସୁଝା କରି ମନ୍ଦିର ଆଦିରେ ଫୁଲମାଳ ପକାଇ ବୁଝାଇ ଦେଇଥିଲେ । ଏହାରି ଭିତରେ ମହିଳା ଜଣଙ୍କ ଅନ୍ତଃସତ୍ୱା ହେବା ସତ୍ୱେ ବାରମ୍ବାର ଡାକ୍ତରଖାନାକୁ ନେଇ ଅତ୍ୟାଚାର ମଧ୍ୟ ସାମ୍ବାଦିକ ବାବୁ କରିଚାଲିଥିଲେ ବୋଲି ମହିଳା ଜଣକ ପ୍ରକାଶ କରିଛନ୍ତି । ତେବେ ନିକଟରେ ଓଡିଶାର ଏକ ନାମୀ ଖବର କାଗଜ ଓ ପ୍ରତିଷ୍ଠିତ ସମ୍ପାଦକଙ୍କ ପାଖରେ ମାସେ ତଳେ ରାଉରକେଲା ଲାଗି କାମ ଆରମ୍ଭ କରିଥିଲେ । ତେବେ ନିଜ ବାପାଙ୍କ ଘରେ ଏହି ଯୁବକ ଜଣକ ରହିବା ସହ ମହିଳା ଜଣକ ପାଖକୁ ଦରକାର ବେଳେ ଯାତାୟତ କରୁଥିଲେ, କିନ୍ତୁ ସ୍ୱାମୀ ସ୍ତ୍ରୀ ଭାବେ ରହୁନଥିଲେ, ବରଂ ସେ ଆଉ ଜଣେ ଭିନ୍ନ ମହିଳାଙ୍କୁ ଧରି ବୁଲୁଥିବା ନେଇ ଏହି ପ୍ରତାରିତ ହୋଇଥିବା ମହିଳା ଜଣକ ଖବର ପାଇଥିଲେ । ପରେ ସେ ଏନେଇ ପଚରା ଉଚରା କରିବା ସହ ଆଇନ ଅନୁସାରେ ତାଙ୍କୁ ବିବାହ କରି ତାଙ୍କର ହେବାକୁ ଥିବା ପିଲାକୁ ବାପର ପରିଚୟ ଦେବାକୁ ଦାବି କରିଥିଲେ । କିନ୍ତୁ, ବାବୁ ସାମ୍ବାଦିକତାରେ ଭାରି ବ୍ୟସ୍ତ ଥିବା କହି କଥା ଟାଳିବାରୁ ୧୦ ଦିନ ତଳେ ମହିଳା ଜଣକ ଏନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ମଧ୍ୟ ଉଭୟଙ୍କୁ ବୁଝାସୁଝା କରିଥିଲେ, କିନ୍ତୁ କୌଣସି ସୁଫଳ ନମିଳିବାରୁ ଶେଷରେ ସାମ୍ବାଦିକଙ୍କ ବିରୋଧରେ ପୁଲିସ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ଏହି ମାମଲା ହେବା ପରେ ସାମ୍ବାଦିକ ବାବୁଙ୍କ ସହ ସମ୍ପର୍କ ରଖିଥିବା ଅନ୍ୟ ଜଣେ ମହିଳା ଏତଲା କରିଥିବା ମହିଳାଙ୍କ ଉପରେ ଖଡଗ ହସ୍ତ ହୋଇଥିବା ନେଇ ଅଭିଯୋଗକାରୀ କହିଛନ୍ତି । ରାଉରକେଲାରେ ଏହି ଖବର ପ୍ରଚାରିତ ହେବା ପରେ କରିତକର୍ମା ସାମ୍ବାଦିକଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ରାଉରକେଲା ସହରରେ ବିଭିନ୍ନ ସମୟରେ ସାମ୍ବାଦିକ ହେବାର ନିଶା ଘାରିଥିବା କେତେକ ବ୍ୟକ୍ତିତ୍ୱ ଏହି ପେଶାକୁ ଧଶେଇ ପଶି ଆଶୁଥିବା ବେଳେ ପରବର୍ତି ସମୟରେ ନାନା ମାମଲାରେ ଛନ୍ଦି ହେଉଥିବା ଦେଖା ଯାଉଛି । ସବୁଠୁ ବଡ କଥା ହେଲା ଏଭଳି ବ୍ୟକ୍ତି ମାନଙ୍କୁ ନିଯୁକ୍ତି ଦେବା ବେଳେ ସେମାନଙ୍କ ସମ୍ପର୍କରେ ସଂସ୍ଥା କର୍ତୃପକ୍ଷ ବୁଝା ସୁଝା ନକରି ରଖୁଥିବାରୁ ଏହି ପେଶାକୁ ସେମାନେ ବଦନାମ୍ କରିବାରେ ଲାଗିଛନ୍ତି ।
Related Stories
January 15, 2025