
କନ୍ଧମାଳ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଠାରେ ଠାରେ ଆଜି ସକାଳେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଗଛରେ ପିଟି ହେବା ଫଳରେ ବାଇକ୍ ଚାଳକ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବାଇକ୍ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟଙ୍କ ମଧ୍ୟରୁ ଜଣକ ନାମ ରିବିୟ ମାଝି । ଅନ୍ୟ ଜଣକ ପରିଚୟ ମିଳିପାରିନାହିଁ ।ଦାନୁଙ୍ଗିଆ ଗାଁରୁ ଏହି ତିନି ଜଣ ଯୁବକ ମୋଟର ସାଇକେଲରେ ଆସୁଥିବା ବେଳେ ବାଟାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲା ବାଇକ୍ ।