
କଟକ, ପଶ୍ଚିମବଙ୍ଗରୁ କଟକ ଏସସିବି ମେଡିକାଲକୁ ରୋଗୀ ନେଇ ଆସୁଥିବା ବେଳେ ଏକ ଆମ୍ବୁଲାନ୍ସ ଆଜି ସକାଳେ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବନ୍ଦାଳୋ ଟୋଲ୍ ଗେଟ୍ ନିକଟରେ ଅନ୍ୟ ଏକ କଂଟେନର ପଛରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡି ଆମ୍ବୁଲାନ୍ସ ନଂ ଡବ୍ଲୁବି୩୩ସି-୬୦୬୮ କଂଟେନର ନଂ ଓଡ଼ି୦୧କ୍ୟୁ-୪୧୭୩ କୁ ପୋଲିସ ଜବତ କରିଛି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ପୋଲିସ ପକ୍ଷରୁ ସେନେଇ ତଦନ୍ତ ଅ।ରମ୍ଭ ହୋଇଛି ।