ସେ କହିଛନ୍ତି ଯେ ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଂଟାଲ ଓ ଅଣ ଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଂଟାଲ ଖରିଫ ଧାନ ସଂଗ୍ରହ କରା ଯାଉଛି । ସଂଗୃହୀତ ଧାନର ମୂଲ୍ୟ ୧୦ ହଜାର ୨୮୧ କୋଟି ଯାହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅନ ଲାଇନ ପ୍ରକ୍ରିୟାରେ ପ୍ରେରଣ କରା ଯାଇଛି ।
ସଅଳ ଧାନ ଅମଳ ହୋଇଥିବା ପଶ୍ଚିମାଂଚଳ ଓ ଦକ୍ଷିଣାଂଚଳର ଜିଲ୍ଲା ମାନଙ୍କରେ ଧାନ କ୍ରୟ କାର୍ଯ୍ୟ ପ୍ରାୟ ସରି ଆସିଲାଣି । ଉପକୂଳ ଓ ଉତର ଓଡିଶାର ଜିଲ୍ଲା ଗୁଡିକରେ ଧାନ କ୍ରୟ ଧାରା ଶିଖର ଭାଗ ଛୁଇଁଛି । ଏହାର ସଂଗ୍ରହ କାର୍ଯ୍ୟ ମାର୍ଚ ୩୧ରେ ପରିସମାପ୍ତ ହେବ । କେନ୍ଦ୍ର ସରକାରଙ୍କ ନିର୍ଧାରଣ ଅନୁସାରେ ସାଧାରଣ ଧାନ ପାଇଁ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ହାରରେ ଚାଷୀଙ୍କୁ ପ୍ରଦାନ କରା ଯାଉଛି । ବିବୃତି ଦେବା ପରେ ହଟ୍ଟଗୋଳ ଜାରୀ ରହିଥିଲା । ଏହା ପରେ ବାଚସ୍ପତି ୧୧.୩୫ରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।