ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିନିଷଗୁଡିକର ପୁନଃ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ଦୂର କରିବା ଓ ସମ୍ପଦର ଦକ୍ଷତା ବୃଦ୍ଧି ଆମ ଜୀବନଶୈଳୀର ଏକ ଅଂଶ ହେବା ଆବଶ୍ୟକ । ସେ ଆଶା ପ୍ରକଟ କରିଛନ୍ତି ଯେ ହ୍ୟାକଥନରେ ପ୍ରଦର୍ଶିତ ଉଦ୍ଭାବନ ଦୁଇ ଦେଶକୁ ସର୍କୁଲାର ଇକୋନୋମୀ ସମାଧାନରେ ନେତୃତ୍ୱ ନେବାକୁ ପ୍ରେରଣା ଯୋଗାଇବ । ଏହି ଚିନ୍ତାଧାରାକୁ ଆକଳନ ଏବଂ ଅନ୍ତର୍ଭୁକ୍ତ କରିବାର ଉପାୟ ଖୋଜିବାକୁ ମଧ୍ୟ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଧରିତ୍ରୀ ମା’ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଜିନିଷର ମାଲିକ ନୁହଁ, ବରଂ ଭବିଷ୍ୟତ ପୀଢି ପାଇଁ କେବଳ ଏହାର ଟ୍ରଷ୍ଟି ଅଟୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହାକାଥନରେ ଆଜିର ଯୁବ ଅଂଶଗ୍ରହଣକାରୀଙ୍କ ଶକ୍ତି ଏବଂ ଉତ୍ସାହ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ଭାଗିଦାରୀର ପ୍ରତୀକ ଅଟେ । କୋଭିଡ ପରବର୍ତୀ ବିଶ୍ୱ ଗଠନରେ ଶକ୍ତିଶାଳୀ ଭାରତ-ଅଷ୍ଟ୍ରେଲିଆ ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆମର ଯୁବକ, ଆମର ଯୁବ ଉଦ୍ଭାବକ, ଆମର ଷ୍ଟାର୍ଟଅପ୍ ଏହି ସହଭାଗୀତାର ଅଗ୍ରଭାଗରେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।