କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵରର ଗ୍ରାମ୍ୟ ଜଳଯୋଗାଣ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଆମ୍ବପଡା ଗ୍ରାମ ପଞ୍ଚାୟତର ନରସିଂହ ପାଟଣାର ସୁନାମୁଖି ନଦୀ ଉପରେ କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ଓ ପୁରୀ ସଦର ବ୍ଲକ ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ଭାର୍ଗବୀ ନଦୀ ଉପରେ ମାଳସାହିର ନିର୍ମାଣଧୀନ ବ୍ରିଜ୍ କୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ଵ ଦେଇଛନ୍ତି । ଏହି ବୈଠକରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିକ୍ରମ କେଶରୀ ସ୍ୱାଇଁ, ବନ୍ୟା ନିୟନ୍ତ୍ରଣ ବିଭାଗର LMB ସବୋର୍ଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ପୁରୀ ଗ୍ରାମ୍ୟ ଉନ୍ନୟନ ଡିଭିଜନର ମୁଖ୍ୟ ଯନ୍ତ୍ରୀ ପ୍ରସାନ୍ତ କୁମାର ଦାସ ଓ ପୁରୀ ଜଳସମ୍ପଦ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।