

ଆଜି ସକାଳ ୮ଟା ସୁଦ୍ଧା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, ୧,୯୯୩୦୫ ସେସନରେ ୯୪,୨୨,୨୨୮ ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୧,୯୬,୬୪୧, ଦ୍ୱିତୀୟ ଡୋଜ୍ ୩,୬୯,୧୬୭ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ଙ୍କ ପ୍ରଥମ ଡୋଜ୍ ୨୮,୫୬,୪୨୦ ରହିଛି ।
୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ୨୦୨୧ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।