

ମାଲକାନଗିରି – କିଭଳି ରାଜ୍ୟରେ ନକ୍ସଲ ଦମନ ହେବ, ଜନତାଙ୍କୁ କିଭଳି ନକ୍ସଲଙ୍କ କବଳରୁ ରକ୍ଷା କରାଯିବ, ନକ୍ସଲ ପ୍ରଭାବିତ ଅଂଚଳରେ କିଭଳି ଆଦିବାସୀଙ୍କ ବିକାଶ ହେବ ଏ ଉପରେ ଆଜି ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ଏବଂ ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନ ୟୁଥ ବିଙ୍ଗ ଜରିଆରେ କିଭଳି ରାଜ୍ୟକୁ ନକ୍ସଲ ମୁକ୍ତ କରାଯିବ ଏନେଇ ନକ୍ସଲ ବିରୋଧୀ ରଣନୀତିର ବ୍ଲୁ ପ୍ରିଣ୍ଟ ତିଆରି କରାଯାଇଥିଲା । ରାଜ୍ୟର ପ୍ରଥମ ନକ୍ସଲ ବିରୋଧୀ ସଂଗଠନ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନକୁ ଭାଙ୍ଗିଦିଆ ଯାଇ ଏହି ସଂଗଠନକୁ ଦେଶରେ ଏବଂ ବିଶ୍ୱରେ ଆତଙ୍କବାଦ, ନକ୍ସଲବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଗଠନ ହୋଇଥିବା ( ଇଣ୍ଡିଆନ ନ୍ୟାସନାଲ ପିପୁଲସ ପିସ ଫୋର୍ସ ) ସହିତ ମିଶେଇ ଦିଆଯାଇଛି । ଓଡିଶା ରାଜ୍ୟ ଦାୟିତ୍ୱରେ ପି. କୁମାରଙ୍କୁ ନିୟୋଜିତ କରାଯାଇଛି । ଆଇଏନପିପିଏଫ ଜରିଆରେ କିଭଳି ସଂଗଠନ ରାଜ୍ୟରୁ ନକ୍ସଲ ଦମନ କରିବ ଏବଂ ଆଦିବାସୀଙ୍କ ବିକାଶ କରିବ ଏନେଇ ଆଇଏନପିପିଏଫର ରାଜ୍ୟ ମୁଖ୍ୟଙ୍କୁ ସାକ୍ଷାତ କରିଥିଲେ ଫାଉଣ୍ଡର ଭାରତ ଭୂଷଣ । ସଂଗଠନ ଜରିଆରେ ଆମେ ବହୁତ ଶୀଘ୍ର ନକ୍ସଲଙ୍କ ବିରୋଧରେ ଅଧିକ ଉଗ୍ର ହେବୁ । ଏଥର ମାଓବାଦୀଙ୍କ ବିରୋଧରେ ଏପାର ଏବଂ ସେପାରର ଲଢେଇ ହେବ । ଆମେ ଆଦିବାସୀଙ୍କ ପାଇଁ ୨ଟି ସ୍କୁଲ, ୩ ଟି ଛୋଟ ପୋଲ ତିଆରି କରିବୁ । ନକ୍ସଲଙ୍କ ପାଇଁ ଏହି ନିର୍ମାଣ କାର୍ଯ୍ୟ ହୋଇ ପାରୁନାହିଁ । ଏହି ସ୍କୁଲ ଜରିଆରେ ଆମେ ସେମାନଙ୍କୁ ଶିକ୍ଷିତ କରିବୁ ଯେଉଁମାନେ ମାଓବାଦୀଙ୍କ ଭୟରେ ପାଠ ପଢିବାରୁ ବଞ୍ଚିତ ଅଛନ୍ତି ।ସଶସ୍ତ୍ର ନକ୍ସଲୀ ଏନପିପିଏଫକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବୁ । ନକ୍ସଲ ଏବେ ସାବଧାନ ହେଇଯାନ୍ତୁ ନଚେତ ସେମାନଙ୍କୁ ସେମାନଙ୍କ କୃତ କର୍ମର ପରିଣାମ ଭୋଗିବାକୁ ପଡ଼ିବ ବୋଲି ନୂତନ ମୁଖ୍ୟ ପି କୁମାର କହିଥିଲେ ।