ବିଶ୍ୱ-ଭାରତୀ ସମ୍ବନ୍ଧରେ
ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ୧୯୨୧ ମସିହାରେ ବିଶ୍ୱ-ଭାରତୀ ପ୍ରତିଷ୍ଠିତ ହୋଇଥିଲା । ଏହା ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ସଂସଦର ଏକ ଅଧିନିୟମ ଦ୍ୱାରା ମେ’ ୧୯୫୧ରେ ବିଶ୍ୱ-ଭାରତୀକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ “ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ” ଭାବେ ଘୋଷଣା କରାଯାଇଥିଲା । ଗୁରୁଦେବ ଟାଗୋରଙ୍କ ଦ୍ୱାରା ପ୍ରସ୍ତୁତ ଶିକ୍ଷାଦାନ ପଦ୍ଧତିକୁ ବିଶ୍ୱବିଦ୍ୟାଳୟ ଅନୁସରଣ କରିଥିଲା, ଯଦିଓ ଧୀରେ ଧୀରେ ଏହା ଅନ୍ୟତ୍ର ବିକଶିତ ହେଉଥିବା ଆଧୁନିକ ପ୍ରଣାଳୀର ବିଶ୍ୱବିଦ୍ୟାଳୟଗୁଡିକ ଭଳି ବିକଶିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଅଟନ୍ତି ।