ଭୁବନେଶ୍ୱର, କରୋନାରେ ଆକ୍ରାନ୍ତ ହୋଇଥିବା ଆଉ ଜଣଙ୍କର ଆଜି ମୃତ୍ୟୁ ଘଟିଛି । ଏହା ସହ କରୋନା କାରଣରୁ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୧୯୧୪ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ୭୪ ବର୍ଷ ବୟସ୍କ କରୋନା ସଂକ୍ରମିତ ପୁରୁଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।