-
କୃଷି ଆଇନି ବାତିଲ ଦାବୀ ରେ ଅଖିଳ ଭାରତ କୃଷକ ସଂଘ ସମନ୍ୱୟ ସମିତି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରା ରେ କୃଷି ଆଇନି ବାତିଲ ଦାବୀ ରେ ପୁରୀ ରେଳ ଷ୍ଟେସନ ରେ ରେଳ ରୋକ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି| ଦିଲ୍ଲୀ ରାଜ ରାସ୍ତା ରେ ଲକ୍ଷ ଲକ୍ଷ କୃଷକ କୃଷି ଓ କୃଷକ ବିରୋଧୀ ତିନି କଳା କୃଷି ଆଇନି କୁ ରଦ୍ଦ କରିବା ଦାବୀ ରେ ବିଗତ 85ଦିନ ଧରି ଶୀତ କାକର ରେ ବସିଛନ୍ତି |204ଜଣ କୃଷକ ଯୋଦ୍ଧା ପ୍ରାଣ ବଳି ଦେଇ ସାରିଲେଣି ତଥାପି “ମୋଦୀ ସରକାର କର୍ପୋରେଟ ସ୍ୱାର୍ଥ ରେ ଅନ୍ଧ” ଘରୋଇ ମଣ୍ଡି ଆଇନି ଠିକା ଚାଷ ଆଇନି, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି ସଂଶୋଧନ ଭଳି ତିନିଟି ଆଇନି କେବଳ ଯେ ଚାଷୀ ଓ କୃଷକ ମାନଙ୍କୁ କ୍ଷତି ପହଞ୍ଚାଇବ ତାହା ନୁହେଁ. ଏହା ଦ୍ୱାରା ଖାଉଟି, ଗରିବଲୋକେ, ହନ୍ତସନ୍ତ ହେବେ. ଖାଦ୍ୟ ନିରାପତ୍ତା ବଳୟ ନଷ୍ଟ ହେବ,, କର୍ପୋରେଟ ହାତ କୁ ଜମି ଚାଲିଯିବ. ଦର ନିର୍ଧାରଣ କ୍ଷମତା ବ୍ୟବସାୟୀ ହାତ କୁ ଯିବ.. ଚାଷୀ ଓ ଭାଗ ଚାଷୀ ଲୁଟ ର ଶିକାର ହେବେ |ଗାନ୍ଧୀ ହତ୍ୟା କାରି RSS ପରିଚାଳିତ ବିଜେପି ସରକାର ଚାଷୀ ବିରୋଧୀ ଲୋକ ବିରୋଧୀ |ଏହାକୁ ବିରୋଧ କରି ଦିଲ୍ଲୀ କୃଷକ ଆନ୍ଦୋଳନ କୁ ସମର୍ଥନ ରେ ତିନିଟି କଳା କୃଷି ଆଇନି ରଦ୍ଦ, ଫସଲ ର ଦେଢ଼ ଗୁଣ ଦର, ପ୍ରତି ଫସଲ ରେ ବୋନସ ସହ MSP ଲାଗୁ, କରିବା ଦାବୀ ରେ ଶରତ କୁମାର ରାୟଗୁରୁ, ଅଶୋକ ପ୍ରଧାନ, ପ୍ରଦୀପ୍ତ ମହାନ୍ତି,ପ୍ରତାପ ଚି଼ହ୍ନରା, ହରି ହର ସେନାପତି, ମୋହନ ନାଇଡ଼ୁ, ଭୀମସେନ ସ୍ୱାଇଁ, ଜିତେନ୍ଦ୍ରିୟ ବେହେରା ,ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ, ଗୋବିନ୍ଦ ମହାପାତ୍ର, ସୁରେନ୍ଦ୍ର, ତପସୁ,ଟୁନା ନାୟକ, ଗୋବିନ୍ଦ ମାଝୀ,କିଷାନ ପଟ୍ଟନାୟକ,ଜ୍ୟୋତି ପ୍ରକାଶ ନାୟକ, ପବିତ୍ର ଦଳାଇ ପ୍ରମୁଖ ନେତୃ ବୃନ୍ଦ ବକ୍ତବ୍ୟ ରେ ମୋଦୀ ସରକାର ବିଗତ ଛ ବର୍ଷ ରେ ଜନ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟ ବଦ୍ଧ ଆନ୍ଦୋଳନ ଡାକରା ଦେଇଥିଲେ |ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର ଶରତ କୁମାର ରାୟଗୁରୁ, ରେଳ ରୋକ ଓ ଧାରଣା ନେତୃତ୍ୱ ଗ୍ରହଣ କରିଥିଲେ |