
ଭୁବନେଶ୍ୱର, ଗୁରୁବାର ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରା ଯାଇଛି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାନସଭା ସମ୍ମୁଖରେ କିଛି ଲୋକ ଆତ୍ମାହୁତି ଉଦ୍ୟମ କରିଥିଲେ । ଚଳିତ ଅଧିବେଶନ କାଳରେ ସେ ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଆଖପାଖ କିଛି ରାସ୍ତାକୁ ବନ୍ଦ କରାଯାଇଛି ।
ବୁଧବାର ଦିନ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ ରାଜ୍ୟ ପୋଲିସ ମହା ନିର୍ଦେଶକ ଶ୍ରୀ ଅଭୟ । ସେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାଂଚ କଲା ବେଳେ ତାଙ୍କ ସହ ପୋଲିସ କମିଶନର, ଗୁଇନ୍ଦା ନିର୍ଦେଶକ ଓ ଗୁଇନ୍ଦା ଡିଆଇଜି ମଧ୍ୟ ସାମିଲ ଥିଲ ।