ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଘୁଷୁରୀ ମଡ଼କ ଦେଖାଦେଇଛି । ଗତ ୮ ଦିନ ମଧ୍ୟରେ ବିଭିନ୍ନ ୱାର୍ଡ଼ରେ ଶତାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ମୃତ ଘୁଷୁରୀ ମାନଙ୍କୁ ବିଭିନ୍ନ ନାଳ ନର୍ଦ୍ଦମା ନିକଟରୁ ଉଦ୍ଧାର କରାଯାଉଛି । ମୃତ୍ୟୁର କୌଣସି କାରଣ ଏଯାବତ୍ ଜଣାପଡିନାହିଁ । ଏହି ଘୁଷୁରୀ ମଡ଼କ ଏବେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅନ୍ୟପକ୍ଷରେ ଏହା ସାଇନ୍ ଫ୍ଲୁର କାରଣ ହୋଇଥାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।