ଭୁବନେଶ୍ୱର, ପୂର୍ବତନ ବିଧାୟକ ସ୍ୱର୍ଗତ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସମେତ କାର୍ଯ୍ୟରତ ସମେତ ଶହୀଦ ହୋଇଥିବା ତିନି ଜଣ ସୁରକ୍ଷା ଅଧିକାରୀ ଓ ଜବାନମାନଙ୍କ ପାଇଁ ବିଧାନସଭାରେ ଗୁରୁବାର ଦିନ ଶୋକ ପ୍ରସ୍ତାବ ଅଣା ଯାଇ ପାରିତ କରା ଯାଇଛିି । ଏମାନେ ହେଲେ ସ୍ୱର୍ଗତ ବିଭୁତି ଭୂଷଣ ନାୟକ, ପୂର୍ବତନ ବାରେଂଟ ଅଫିସର, ଆସାମ ରାଇଫଲ୍ସ, ସ୍ୱର୍ଗତ ଯଜ୍ଞ ନାରାୟଣ କର, ଏସପିଆର/ ଇବିଆର ୧୦୬, ଇଂଜିନିୟର ରେଜିମେଂଟ ବେଷ୍ଟର୍ଣ କମାଣ୍ଡ, ସ୍ୱର୍ଗତ କୃଷ୍ଠଚଂଦ୍ର ପଣ୍ଡା, ୧୪, ବିହାର ରେଜିମେଂଟ । ଏମାନଙ୍କ ବ୍ୟତୀତ ରାଜ୍ୟରେ କରୋନା ଭଳି କଠିନ ପରିସ୍ଥ୍ିତିରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଅଣା ଯାଇଥିଲା ।
ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏଥିରେ ଅଂଶ ଗ୍ରହଣ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲୋ
ଏହା ପରେ ସେମାନଙ୍କତ୍ତ ଆତ୍ମାର ସଦଗତି କାମନା କରିବା ପାଇଁ ବାଚସ୍ପତିଙ୍କ ନିର୍ଦେଶ କ୍ରମେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହା ପରେ ଏହି ଶୋକ ପ୍ରସ୍ତାବ ସେମାନଙ୍କ ପରିବାରକୁ ପଠାଇ ଦିଆ ଯିବ ବୋଲି ବାଚସ୍ପତି ସୂଚନା ଦେଇଥିଲେ ।