ପ୍ରକଳ୍ପଗୁଡ଼ିକ ବିଷୟ
ରାମନାଥପୁରମ୍ – ଥୋଥୁକୁଡି (143 କିଲୋମିଟର) ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ- ନାଗାପାଟ୍ଟିନମ୍- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ପ୍ରାୟ 700 କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି । ଏହା ONGC ଗ୍ୟାସ କ୍ଷେତ୍ରରୁ ଗ୍ୟାସ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଶିଳ୍ପ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ବ୍ୟବହାରକାରୀଙ୍କୁ କଞ୍ଚାମାଲ ଭାବରେ ପ୍ରାକୃତିକ ଗ୍ୟାସ ବିତରଣ କରିବାରେ ସହାୟକ ହେବ ।
ମନାଲି ସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ରେ ଥିବା ଗ୍ୟାସୋଲିନ୍ ଡେସୁଲଫୁରିଜେସନ୍ ୟୁନିଟ୍, ପ୍ରାୟ 500କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା କମ୍ ସଲଫର୍ (8ppm ରୁ କମ୍) ଛାଡିବା ସହିତ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ, ର୍ନିଗମନକୁ ହ୍ରାସ କରିବାରେ ଏବଂ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ।
ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀରେ ବାର୍ଷିକ 9 ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ରହିବ । IOCL ଏବଂ CPCLର ମିଳିତ ଉଦ୍ୟୋଗରେ ଏହା ପ୍ରତିଷ୍ଠା ହେବ ଏବଂ ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ 31,500 କୋଟି ଟଙ୍କା ହେବ । ଏହା BS-VI ମାନର ମୋଟର ସ୍ପିରିଟ୍ ଏବଂ ଡିଜେଲ୍ ଏବଂ ଏକ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ପଲିପ୍ରୋପିଲିନ ଉତ୍ପାଦନ କରିବ ।