ରାଉରକେଲା,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ପହଂଚି ସର୍ବ ବୃହତ ହକି ଷ୍ଟାଡ଼ିୟମ୍ ସମେତ ୪୯୧୫ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି ।ମୁଖ୍ୟମନ୍ତ୍ରୀ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହେଲିପ୍ୟାଡରେ ଅବତରଣ କରିବା ପରେ କାରକେଡ୍ ରେ ୧୧ଟା ୫୭ ମିନିଟ୍ ରେ ମଂଚ ନିକଟରେ ପହଂଚିଥିଲେ । ବିପିୟୁଟି ପରିସରରେ ଆୟୋଜିତ ଏହି ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, ରାଉରକେଲା ହେଉଛି ଆଶାର ସହର । ସୁନ୍ଦର ମାଟି, ପାଣି, ପବନରେ ରହିଛି ହକିର ଆତ୍ମା । ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ମନୋନୀତ କରାଯାଇଛି । ରାଉରକେଲାରେ ବିଶ୍ୱସ୍ତରିୟ ହକି ଷ୍ଟାଡ଼ିୟମ୍ ପାଇଁ ଭିତି ଦିଆଗଲା । ଏହି ହକି ଷ୍ଟାଡ଼ିୟମ୍ କୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା । ଏହା ମଧ୍ୟରେ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟ୍ରପ ନିର୍ମାଣ, ପର୍ଯ୍ୟଟନର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଘାଟ, କ୍ରୀଡ଼ା, ପାନୀୟ ଜଳ, ଜଳସେଚନ ଜୀବିକା ବିକାଶ ପ୍ରଭୃତି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ୫-ଟି ସଚିବ ଭି.କେ. ପାଣ୍ଡିୟାନ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି