ନୂଆଦିଲ୍ଲୀ, ଶୁକ୍ରବାର ଦିନ ୨,୩୪୯ଟି ବିମାନରେ ମୋଟ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୨,୯୭,୧୦୨କୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ’ ୨୫, ୨୦୨୦ ପରଠାରୁ ଆରମ୍ଭ ହୋଇଥିବା ଘରୋଇ ବିମାନ ଚଳାଚଳ ମଧ୍ୟରେ ଏହି ସଂଖ୍ୟା ସର୍ବୋଚ୍ଚ । ଶ୍ରୀ ପୁରୀ ସୂଚନା ଦେଇଛନ୍ତି ଯେ, ନିରାପତ୍ତା, ଦକ୍ଷତା ଏବଂ ସମୟ ସାପେକ୍ଷତା ଯୋଗୁଁ ବିମାନ ଯାତ୍ରା ଏକ ପସନ୍ଦଯୋଗ୍ୟ ଯାତ୍ରୀ ପରିବହନ ମାଧ୍ୟମ ଭାବରେ ଉଭା ହେବା ସହିତ ଏହି ସଂଖ୍ୟାଗୁଡିକ କୋଭିଡ ପୂର୍ବ ସ୍ତରକୁ ସ୍ପର୍ଶ କରୁଛି ।
ଫେବୃଆରୀ ୧୨, ୨୦୨୧ରେ ମୋଟ ବିମାନ ଚଳାଚଳ ସଂଖ୍ୟା ୪୬୯୭ ଥିଲା । ବିମାନବନ୍ଦରରେ ସମୁଦାୟ ଯାତ୍ରୀ ପହଂଚିଥିଲେ ୫,୯୩,୮୧୯ ।
କୋଭିଡ-୧୯ ମହାମାରୀ କାରଣରୁ ମାର୍ଚ୍ଚ ୨୪, ୨୦୨୦ ମଧ୍ୟରାତ୍ରିରୁ (୧୧:୫୯ ରାତ୍ର) ରୁ ଘରୋଇ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମେ’ ୨୫, ୨୦୨୦ ଅର୍ଥାତ ଦୁଇମାସ ପରେ ଏହି ସେବା ପୁନଃପ୍ରଚଳନ ହୋଇଥିଲା ।