ଗଞ୍ଜାମ,ଗଞ୍ଜାମ ଜିଲ୍ଲା ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଶେରଗଡ଼ ବ୍ଲକ୍ ବିଭିନ୍ନ ପଚାଂୟତର ସେବା ସମବାୟ ସମିତି ଗୁଡିକରେ ଖୋଲାଯାଇଥିବା ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଟୋକନ୍ ତାରିଖ ସରିଥିଲେ ମଧ୍ୟ ଚାଷୀ ମାନଙ୍କ ଠାରୁ ଅମଳ ଧାନ ମଣ୍ଡିରେ କିଣାଯାଇନାହିଁ । ଫଳରେ ଚାଷୀଙ୍କ ଖଳାରେ ଧାନ ପଡିରହିଛି । ବର୍ଷା, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ପଶୁପକ୍ଷୀଙ୍କ ଉପଦ୍ରବରେ ଉତ୍ପାଦିତ ଧାନ କ୍ଷତି ହେବାରେ ଲାଗିଛି । ଏହାଦ୍ୱାରା ଚାଷୀ ବିଶେଷ ଭାବେ କ୍ଷତିର ସମ୍ମୁଖୀନ ହେଉଛି । ତୁରନ୍ତ ଶେରଗଡ଼ ବ୍ଲକର ସମସ୍ତ ଚାଷୀଙ୍କ ଧାନ ମଣ୍ଡିକୁ ଉଠାଇବା ସହ କଟନୀ ଛଟନୀ ପାଇଁ କ୍ୱିଂଟାଲ ପିଛା ୫ କେଜି ନ କାଟିବାକୁ ଏବଂ ଧାନ ଖାଲି ବସ୍ତା ଚାଷୀଙ୍କୁ ଫେରାଇ ଦେବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।