ଗଞ୍ଜାମ, ଡ଼ିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ରାଜ୍ୟରେ ଶିଶୁ ଓ ନାରୀ ନିର୍ଯାତନ ଏବଂ କୁଟିଆରେ ଆନ୍ଧ୍ରର ଦାଦାଗିରି ଓ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ କରି ଆଜି କଂଗ୍ରେସ ପକ୍ଷରୁ ୬ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବନ୍ଦ୍ ର ପ୍ରଭାବ ବିଶେଷ କରି ସହରାଚଂଳ ଉପରେ ଅଧିକ ମାତ୍ରାରେ ପଡିଥିବା ଜଣାପଡିଛି । ଯାନବାହନ ଚଳାଚଳ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦୂର ଦୂରନ୍ତରୁ ଆସିଥିବା ଯାତ୍ରୀ ମାନେ ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବସ୍ ଓ ଟ୍ରେନ୍ କୁ ଅପେକ୍ଷା କରି ରହିଥିଲେ । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି । ଗଞ୍ଜାମ ଜିଲ୍ଲାରେ ବନ୍ଦକୁ ପ୍ରବଳ ଜନ ସମର୍ଥନ ମିଳିଥିବା ପରିଲକ୍ଷିତ ହୋଇଛି ।