ପୁରୀ, ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା ପ୍ରସ୍ତାବ ବୈଠକରେ ଅଣାଯିବ ବୋଲି ଜଣାପଡିଛି । ଏଥିସହ ପୌଷ ପୂର୍ଣ୍ଣିମା ଓ ସୁନାବେଶ ନୀତି ବିଶୃଙ୍ଖଳା ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏନଏମଏ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବାଇ-ଲ’ ଜାରି କରିଥିଲେ । ସବୁ ମହଲରୁ ଏହାକୁ ବିରୋଧ ପରେ ବାଇ-ଲ’ ପ୍ରତ୍ୟାହାର କରାଯାଇଥିଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ l
Related Stories
November 24, 2024