ପୁରୀ,ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ କୁଡୁଆ ମାଡ ରକ୍ତ ଛିଟାପଡିଛି । ଦକ୍ଷିଣ ଦ୍ବାର ପରିବର୍ତ୍ତେ ଉତ୍ତର ଦ୍ବାର ପଟେ କୁଡୁଆ ନେଇଯାଉଥିବା ସେବକଙ୍କୁ ମନା କରିବାରେ ଯାତ୍ରୀ ସହାୟକ ସେବକ ଦାମୋଦର ଗୋଚ୍ଛିକାରଙ୍କ ମୁଣ୍ଡରେ କୁଡିଆ ଛେଚିଲେ ସେବକ ରାମକୃଷ୍ଣ ଖୁଣ୍ଟିଆ । ଆହତ ସେବକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଂହଦ୍ଵାର ଥାନା ପୋଲିସ ଅଭିଯୁକ୍ତ ସେବକ ରାମକୃଷ୍ଣଙ୍କୁ ଅଟକ ରଖିଛି । ସେବକଙ୍କ ଗୋଷ୍ଠୀ ବିବାଦରୁ ଶ୍ରୀମନ୍ଦିରର ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି l ଏହାକୁ ନେଇ ସେଠାରେ ଦ୍ୱନ୍ଦ ଉପୁଜିଛି l ସିଂହଦ୍ୱାର ପୋଲିସ ଘଟଣାର ଅନୁସନ୍ଧାନ କରୁଛି l
Related Stories
November 24, 2024
November 24, 2024