
ପିପିଲି, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ବନ୍ଦ ପାଳନ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପିପିଲି ଓ ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ସାତଶଙ୍ଖ ଛକ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ରାସ୍ତାରେ ଟାୟାର ଜାଳି, ବିଭିନ୍ନ ସୋ୍ଲଗାନ୍ ଦେଇ ବସି ରହିଥିଲେ ଦଳର ଶତାଧିକ ଯୁବ ଓ ବରିଷ୍ଠ କର୍ମୀ । ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିଲା ।

ବନ୍ଦକୁ ଜନସାଧାରଣଙ୍କ ପ୍ରବଳ ସମର୍ଥକ ମିଳିଥିବା ଜଣାପଡିଛି । ପିପିଲିରେ ଯୁବ ନେତା ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେହିପରି ସାତଶଙ୍ଖ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଦଳୀୟ କର୍ମକର୍ତା ମାନେ । କଂଗ୍ରେସର ଜିଲ୍ଲା ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କର୍ମୀ ବିରଜା ଶଙ୍କର ରଥ, ନିଲୁ ପଟ୍ଟନାୟକ, ଶିବପ୍ରସାଦ ମହରଣା, ରବିନ୍ଦ୍ର ସେନାପତି, କାଳିଆ ପ୍ରଧାନ ପ୍ରମୁଖ କର୍ମୀ ସାମିଲ୍ ଥିଲେ ।
