-
ପ୍ରଶାସନ ପଦକ୍ଷେପ ନ ନେଲେ କୋର୍ଟ ଯିବା ସହ ଆନ୍ଦୋଳନ ହେବ-ପ୍ରିୟଦର୍ଶନ ପଟ୍ଟନାୟକ,
ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି ଓଡିଶା ହାଇକୋର୍ଟ, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ଶ୍ରୀଜଗନ୍ନାଥ ସେନା ତରଫରୁ ନିବେଦନ କରାଯାଇଛି |ଉଲ୍ଲେଖ ଯୋଗ୍ୟ କୋଭିଡ କଟକଣା ପରେ ଶ୍ରୀମନ୍ଦିର କୁ ଆମର ଦାବୀ ଓ ଭକ୍ତ ମାନଙ୍କର ଭାବନାକୁ ଦେଖି ଖୋଲିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି ଶ୍ରୀଜଗନ୍ନାଥ ସେନା ପୁରୀ |ହେଲେ ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରଶାସନ ଓ ସରକାର ସୁବିଧା କରିଅଛନ୍ତି ହେଲେ ପୁରୀବାସୀଙ୍କ ପାଇଁ କୌଣସି ସୁବିଧା କଲେ ନାହିଁ କିମ୍ୱା ପୂର୍ବ ଭଳି ସାତ ସାହି ବୈଆଲିସି ଗଳି ଦର୍ଶନାର୍ଥୀ ଓ ଭକ୍ତ ମାନଙ୍କୁ ଚାରି ଦୁଆର ବାଟେ ଯାଇ ଆସିବା ଦର୍ଶନ କରିବା ଅଧିକାର ରୁ ସମ୍ପୂର୍ଣ୍ଣ ବଞ୍ଚିତ କରିଛନ୍ତି |ଦେଶ ଦୁନିଆର ଦିନିକିଆ ଦର୍ଶନର୍ଥୀ ଭଳି ଧାଡି ଦର୍ଶନ ରେ ଲାଇନ ରେ ଶ୍ରୀମନ୍ଦିର କୁ ଛାଡ଼ୁଛନ୍ତି |ଫଳରେ ଶ୍ରୀକ୍ଷେତ୍ର ବାସୀ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି |ଏପରିକି ସକାଳ ୬ ଟାରୁ ୭ ଟା ପୁରୀବାସୀଙ୍କ ପାଇଁ ଉଦ୍ଧିଷ୍ଟ ଦର୍ଶନ ସମୟକୁ ମଧ୍ୟ ଉଠାଇ ଦେଇଛନ୍ତି |ଏହି ସମସ୍ୟା ପାଇଁ ୨୦୧୮ ମସିହା ଅକ୍ଟୋବର ମାସ ୩ ତାରିଖରେ ପୁରୀରେ ଭୀଷଣ ଆନ୍ଦୋଳନ ହୋଇଥିଲା |ଏହି ଆନ୍ଦୋଳନ ରେ ଶହ ଶହ ଭକ୍ତ, ଶିକ୍ଷକ, ବ୍ୟବସାୟୀ, ଓକିଲ, ଡାକ୍ତର, ସେବକ, ସରକାରୀ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ସାଧାରଣ ଯୁବକ ଓ ଛାତ୍ରମାନେ ଜେଲ ଯାଇ କରାବରଣ କରିଥିଲେ ଓ ମାଳ ମାଳ ମାମଲା ହୋଇଥିଲା ଯେଉଁଥି ପାଇଁ ସରକାର ଓ ପ୍ରଶାସନ ସହ ଶ୍ରୀଜଗନ୍ନାଥ ସେନାର ଶାନ୍ତି ବୁଝାବଣା ରେ ସ୍ଥିର ହୋଇଥିଲା ଯେ ଶ୍ରୀକ୍ଷେତ୍ରବାସୀ ପରିଚୟ ପତ୍ର ଦେଖାଇ ଚାରି ଦୁଆର ବାଟେ ଯାଇ ଆସି ଦର୍ଶନ କରିପାରିବେ ଓ ତାହା ଚାଲିଥିଲା |ହେଲେ ଏବେ ପ୍ରଶାସନ ଜରିକରିଥିବା SOP ରେ ଏହା କାର୍ଯ୍ୟକାରୀ ହୋଇନାହିଁ |ସରକାର ଓ ପ୍ରଶାସନ ଜାଣିବା ଉଚିତ ଆମ ଶ୍ରୀକ୍ଷେତ୍ରବାସୀ ଙ୍କର ଗ୍ରାମ ମନ୍ଦିର ଓ ଗ୍ରାମଦେବତା ହେଉଛନ୍ତି ଶ୍ରୀମନ୍ଦିର ଓ କାଳିଆ ସାଆନ୍ତେ ତାଙ୍କୁ ପ୍ରତ୍ୟେକ ଦିନ ପ୍ରାୟ ଶ୍ରୀକ୍ଷେତ୍ରବାସୀ ଦର୍ଶନ କରିଥାନ୍ତି କିଏ ମଙ୍ଗଳ ଆରତୀ ରେ ତ କିଏ ଅବକାଶ ମଇଲମ ଦର୍ଶନ କରିଥାନ୍ତି |ତେଣୁ ତୁରନ୍ତ ଚାରି ଦୁଆର ବାଟେ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ସେନା ନିବେଦନ କରିଛି ନଚେତ ଆଗକୁ କୋର୍ଟ ଯିବା ସହ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି |