
ପୁରୀ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଆଗାମୀ ବାର୍ଷିକ ହାଇସ୍କୁଲ ପରୀକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପୁରୀ ଜିଲ୍ଲା ପରିଯୋଜନା ସଂଯୋଜିକା ଶ୍ରୀମତୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଶ୍ରୀମତୀ ଦାସ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାକୁ କିପରି ସହଜ ଏବଂ ସୂଚାରୁ ରୂପେ କରିହେବ ସେ ବିଷୟରେ ଆଲୋକପାତ କରିଥିଲେ । ଗତବର୍ଷ କରୋନା ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ବନ୍ଦ ରଖିଥିଲେ । ଜାନୁଆରୀ ୮ ତାରିଖରୁ ପ୍ରଥମେ ଦଶମ ଛାତ୍ରଛାତ୍ରୀ ମାନଙ୍କର କ୍ଲାସ ଆରମ୍ଭ ହୋଇ ଶହେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ମଇ ମାସ ୩ତାରିଖରେ ହାଇସ୍କୁଲ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଶହେ ଦିନ ମଧ୍ୟରେ
ଛାତ୍ରଛାତ୍ରୀ ମାନେ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ସଭାପତି ଶ୍ରୀମତୀ ଦାସ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଭୟ ନକରି ଶ୍ରେଣୀରେ ନିଜର ସନ୍ଦେହ ମୋଚନ କରାଇ ନେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବେହେରା ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ଶିବପ୍ରସାଦ ମିଶ୍ର,ଶ୍ରୀମତୀ ସବିତା ମହାପାତ୍ର, ଶ୍ରୀମତୀ ମିନାକ୍ଷୀ ମିଶ୍ର, ଶ୍ରୀ ଆଲମ୍ ମହମ୍ମଦ, ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ, ଶ୍ରୀମତୀ ଅନୁଦା ମହାନ୍ତି, ଶ୍ରୀମତୀ ସୃତିଲତା ମିଶ୍ର, ଶ୍ରୀମତୀ ମୋନାଲିସା ନାୟକ, ସିଆରସିସି ଶ୍ରୀ ପତିତପାବନ ଜଗଦେବ, ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ସଂଘର ସଭାପତି ଶ୍ରୀ ନାରାୟଣ ମହାନ୍ତି ଏବଂ ଦଶମ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନେ ଯୋଗ ଦେଇଥିଲେ ।