-
ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
୩୭୭୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଥିବା ଚେନ୍ନାଇ ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ଏବଂ ୱାସରମେନ୍େପଟ୍ ଠାରୁ ୱିମ୍େକାନଗର ପର୍ଯ୍ୟନ୍ତ ଯାତ୍ରୀ ସେବାକୁ କାର୍ଯ୍ୟକାରୀ କରିବେ । ଏହି ୯.୦୫ କିଲୋମିଟର ଦୀର୍ଘ ସମ୍ପ୍ରସାରଣ ଉତ୍ତର ଚେନ୍ନାଇ ସହିତ ବିମାନବନ୍ଦର ଏବଂ କେନ୍ଦ୍ରୀୟ ରେଳ ଷ୍ଟେସନକୁ ସଂଯୋଗ କରିବ ।
ଚେନ୍ନାଇ ବିଚ୍ ଏବଂ ଆଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ୨୯୩.୪୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ୨୨.୧ କିଲୋମିଟର ଲାଇନ୍ ଚେନ୍ନାଇ ଏବଂ ଥିରୁଭାଲୁର ଜିଲ୍ଲା ଦେଇ ଚେନ୍ନାଇ ବନ୍ଦରରୁ ଯାତାୟାତକୁ ସହଜ କରିବ । ଏହି ରେଳଲାଇନ୍ ଚେନ୍ନାଇ ବନ୍ଦର ଏବଂ ଏନନୋର ବନ୍ଦରକୁ ସଂଯୋଗ କରିଛି ଏବଂ ପ୍ରମୁଖ ପଥ ଦେଇ ଯାଉଥିବାରୁ ରେଳ ଚଳାଚଳକୁ ସୁଗମ କରିଥାଏ ।
ପ୍ରଧାନମନ୍ତ୍ରୀ ଭିଲୁପୁରମ୍ – କୁଡାଲୋର – ମାୟିଲାଡୁଥୁରାଇ – ତାଞ୍ଜାଭୁର ଏବଂ ମାୟିଲାଦୁଥୁରାଇ-ଥିରୁଭାରୁର ଏକକ ରେଳ ଲାଇନର ବିଦ୍ୟୁତିକରଣକୁ ମଧ୍ୟ ଉଦ୍ଘାଟନ କରିବେ । ଏହି ୨୨୮ କିଲୋମିଟର ଦୈର୍ଘ୍ୟ ବିଦ୍ୟୁତିକରଣ କାର୍ଯ୍ୟ ୪୨୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଚେନ୍ନାଇ ଏଗମୋର ଏବଂ କନ୍ୟାକୁମାରୀ ମଧ୍ୟରେ ଲାଇନ୍ ପରିବର୍ତ୍ତନ ନକରି ରେଳ ଚଳାଚଳ ସହଜ ହେବ ଏବଂ ଦୈନିକ ପ୍ରାୟ ୧୪.୬୧ ଲକ୍ଷ ଟଙ୍କାର ଇନ୍ଧନ ସଂଚୟ ହେବ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (ଏମକେ-୧ଏ)କୁ ଭାରତୀୟ ସେନାକୁ ହସ୍ତାନ୍ତର କରିବେ । ଏହି ଯୁଦ୍ଧ ଟ୍ୟାଙ୍କକୁ ୧୫ ଟି ଏକାଡେମିକ୍ ଅନୁଷ୍ଠାନ, ୮ ଟି ପରୀକ୍ଷାଗାର ଏବଂ ଅନେକ ଏମଏସଏମଇ ସହିତ ସିଭିଆର଼ଡିଇ, ଡିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍, ବିକଶିତ ଏବଂ ଉତ୍ପାଦିତ କରାଯାଇଛି ।
ଗ୍ରାଣ୍ଡ ଆନିକଟ କେନାଲ ସିଷ୍ଟମର ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତଳିଆ ଜିଲ୍ଲାଗୁଡ଼ିକରେ ଜଳସେଚନ ପାଇଁ ଏହି କେନାଲ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲର ଆଧୁନିକୀକରଣ ୨୬୪୦ କୋଟି ଟଙ୍କା ବ୍ୟୟରେ କରାଯିବ ଏବଂ ଏହା କେନାଲଗୁଡିକର ଜଳ ପରିବହନ କ୍ଷମତାରେ ଉନ୍ନତି ଆଣିବ ।
ଆଇଆଇଟି ମାଡ୍ରାସର ଡିସ୍କଭରୀ କ୍ୟାମ୍ପସ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଚେନ୍ନାଇ ନିକଟସ୍ଥ ଥୟୁର ଠାରେ ଏହି କ୍ୟାମ୍ପସ ୨ଲକ୍ଷ ବର୍ଗମିଟର ଅଂଚଳରେ ନିର୍ମାଣ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ଆନୁମାନିକ ୧୦୦୦ କୋଟି ଟଙ୍କା ବ୍ୟୟର ଆକଳନ ହୋଇଛି ।
ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ବିପିସିଏଲର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ୍ ପ୍ରୋଜେକ୍ଟ କୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହି କାରଖାନା ଆକ୍ରିଲେଟ୍ସ, ଆକ୍ରିଲିକ୍ ଏସିଡ୍ ଏବଂ ଓକ୍ସୋ-ଆଲକୋହଲ୍ ଉତ୍ପାଦନ କରିବ, ଯାହା ବର୍ତମାନ ମୁଖ୍ୟତ ଆମଦାନୀ ହେଉଛି ଏବଂ ବାର୍ଷିକ ପ୍ରାୟ ୩୭୦୦ ରୁ ୪୦୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ ହେବ ବୋଲି ଆଶା କରାଯାଉଛି । ପ୍ରାୟ ୬୦୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ର୍ନିମିତ ଏହି ପିଡିପିପି କମ୍ପେ୍ଲକ୍ସ ବିଶୋଧନାଗାର ନିକଟରେ କଂଚାମାଲ ଯୋଗାଣ, ବ୍ୟବହାର୍ଯ୍ୟ, ପାରିପାର୍ଶିକ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଏକୀକରଣ ହାସଲ କରିବାକୁ ସ୍ଥାପନ ହୋଇଛି । କଂଚାମାଲ ଏବଂ ଯୋଗାଣ ଶୃଙ୍ଖଳାର ଅନୁକୂଳ ପରିଚାଳନା ପରିପ୍ରେକ୍ଷୀରେ ବିପୁଳ ଖର୍ଚ୍ଚ ସଂଚୟ କରିବାରେ ଏହା ଆନୁଷଙ୍ଗିକ ଶିଳ୍ପଗୁଡିକୁ ଲାଭ ଦେଉଛି । ଏହା ସ୍ଥାପନ ସହିତ, କୋଚି ବିଶୋଧନାଗାର ଉତ୍ତମ ପେଟ୍ରୋକେମିକାଲ୍ ଉତ୍ପାଦନ କରୁଥିବା ପ୍ରଥମ ଭାରତୀୟ ବିଶୋଧନାଗାର ହୋଇପାରିଛି ।
କୋଚିନ ସ୍ଥିତ ୱିଲିଙ୍ଗଡନ୍ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସର୍ଗ କରିବେ । ଭାରତୀୟ ଜଳପଥ ପ୍ରାଧିକରଣ ଜାତୀୟ ଜଳପଥ- ୩ ରେ ବୋଲଗାଟୀ ଏବଂ ୱିଲିଙ୍ଗଡନ୍ ଦ୍ୱୀପ ମଧ୍ୟରେ ଦୁଇଟି ନୂତନ ରୋଲ୍ ଅନ୍ / ରୋଲ୍ ଅଫ୍ ଜାହାଜ ନିୟୋଜିତ କରିବେ । ରୋ-ରୋ ଜାହାଜ, ଏମଭି ଆଦିଶଙ୍କର ଏବଂ ଏମଭି ସିଭି ରମଣ, ତିନୋଟି ୨୦ଫୁଟ ଟ୍ରକ, ତିନିଟି ୨୦ ଫୁଟ ଟ୍ରଲର ଟ୍ରକ, ତିନୋଟି ୪୦ ଫୁଟ ଟ୍ରେଲର ଟ୍ରକ ଏବଂ ପ୍ରତ୍ୟେକରେ ୩୦ ଜଣ ଯାତ୍ରୀ ପରିବହନ କରିବାର କ୍ଷମତା ରହିବ । ଏହାଦ୍ୱାରା ପରିବହନ ମୂଲ୍ୟ ଏବଂ ଗମନାଗମନ ସମୟ ହ୍ରାସ ହେତୁ ଏହି ସେବା ବ୍ୟବସାୟିକ ଲାଭଦାୟକ ହେବ ଏବଂ କୋଚି ରାସ୍ତାରେ ଯାତାୟାତ ମଧ୍ୟ ହ୍ରାସ ପାଇବ ।
କୋଚିନ୍ ବନ୍ଦରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ‘ସାଗାରିକା’ ର ଉଦଘାଟନ କରିବେ । ୱିଲିଙ୍ଗଡନ୍ ଦ୍ୱୀପରେ ଥିବା ଏର୍ନାକୁଲମ୍ ୱାର୍ଫରେ ଏହା ଭାରତର ପ୍ରଥମ ପୂର୍ଣ୍ଣ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଅଟେ । ଏହାର ଅତ୍ୟାଧୁନିକ ସୁବିଧା ରହିଛି ଏବଂ ୨୫.୭୨ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ବିକାଶକୁ ପୋତ୍ସାହନ ଦେବ ଏବଂ ରୋଜଗାର ସୃଷ୍ଟି, ରାଜସ୍ୱ ଏବଂ ବୈଦେଶିକ ମୁଦ୍ରା ପାଇଁ ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ମେରାଇନ ଇଞ୍ଜିନିୟରିଂ ତାଲିମ ପ୍ରତିଷ୍ଠାନ, ବିଜ୍ଞାନ ସାଗର, କୋଚିନ୍ ଶିପିୟାର୍ଡ ଲିମିଟେଡକୁ ମଧ୍ୟ ଉଦଘାଟନ କରିବେ । ଏହା ହେଉଛି ଅଗ୍ରଣୀ ସାମୁଦ୍ରିକ ତାଲିମ କେନ୍ଦ୍ର ଏବଂ ଦେଶର ଏକମାତ୍ର ସାମୁଦ୍ରିକ ପ୍ରତିଷ୍ଠାନ ଯାହାକି ଗୋଟିଏ ସିପ୍ୟାର୍ଡ ମଧ୍ୟରେ ପ୍ରତିଷ୍ଠା ହେବା ସହିତ ନିର୍ମାଣ ଏବଂ ମରାମତି ପାଇଁ ଆସୁଥିବା ଜାହଜର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥାଏ । ୨୭.୫ କୋଟି ଟଙ୍କାର ପୁଞ୍ଜି ମୂଲ୍ୟରେ ର୍ନିମିତ ଏହି ଅନୁଷ୍ଠାନର ୧୧୪ ଜଣ ସ୍ନାତକୋତ୍ତର ଗ୍ରହଣ କରିବାର କ୍ଷମତା ଅଛି । ଏହା ଭାରତ ତଥା ବିଦେଶରେ ସାମୁଦ୍ରିକ ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ସାମୁଦ୍ରିକ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପ୍ରତିଭା ସୃଷ୍ଟି କରିବ ।
ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରରେ ଦକ୍ଷିଣ କୋଇଲା ବର୍ଥର ପୁନଃ ର୍ନିମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସାଗରମାଳା ଯୋଜନା ଅଧୀନରେ ପ୍ରାୟ ୧୯.୧୯ କୋଟି ଟଙ୍କା ବ୍ୟୟରେ ଏହାର ପୁନଃ ର୍ନିମାଣ କରାଯାଉଛି । ସମାପ୍ତ ହେବା ପରେ, କୋଚିନ୍ ବନ୍ଦରରେ ରାସାୟନିକ ସାମଗ୍ରୀ ପରିବହନ ପାଇଁ ଏକ ଉତ୍ସର୍ଗୀକୃତ ବର୍ôଥଂ ସୁବିଧା ଉପଲବ୍ଧ ହେବ । ବର୍ଥର ପୁନଃର୍ନିମାଣ ମାଲପରିବହନକୁ ଶୀଘ୍ର ଏବଂ ଦକ୍ଷ ଭାବରେ ପରିଚାଳନା ସହିତ ବ୍ୟୟ ହ୍ରାସ କରିବ ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।