
ଭୁବନେଶ୍ୱର, ଆସନ୍ତାକାଲି (ରବିବାର)ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ୫୬ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସରେ ଏକ ରାଜ୍ୟସ୍ତରୀୟ ମେଗା ରକ୍ତଦାନ ଶିବିର ଆୟୋଜିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ରକ୍ତଦାନ ଶିବିର ଆୟୋଜିତ ହେବ । ଏହିସବୁ ଶିବିରରେ ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ୧୦୦୦ରୁ ଅଧିକ ସହଯୋଗୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତତ୍ସହିତ ରାଜ୍ୟର କୋଣଅନୁକୋଣରେ ଅବସ୍ଥିତ ସମାଜର ପ୍ରତିଭା ସମ୍ପନ୍ନ ସାମ୍ବାଦିକ, ସମାଜସେବୀ ଏବଂ ଶିକ୍ଷା କ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବ । କଟକ ଓ ଭୁବନେଶ୍ୱରରେ ଗୋସେବା ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ କଳିଙ୍ଗ ଯୁବ ସେନାକୁ ଏକ ଟାଟା ଏସି ଗାଡ଼ି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ଲୁଲୁ ମହାପାତ୍ରଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ ଅମୀୟକାନ୍ତ ଦାସ ଅଧ୍ୟକ୍ଷତା କରିବେ ।
ଏହି ଶିବିରରେ ସମସ୍ତ ଛାତ୍ରସମାଜ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ଅମୀୟକାନ୍ତ ଦାସ, ବିଶ୍ୱଜିତ ସାମନ୍ତରାୟ, ନିରଞ୍ଜନ ନାୟକ, ମିହିର ପରିଡ଼ା ଓ ବିକାଶ ପାତ୍ର ନିବେଦଦନ କରିଛନ୍ତି ।