
-
ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ
-
ଉପଯୁକ୍ତ ପଦକ୍ଷେପ ନିଆନଗଲେ ହୁଏତ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ

ଆନ୍ଧ୍ରପ୍ରଦେଶ ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ସୀମା ବିବାଦ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆମ ରାଜ୍ୟର ଭୌଗଳିକ ସୀମାକୁ ସୁରକ୍ଷିତ କରିବା ଏବଂ ସୀମାନ୍ତ ଅଂଚଳରେ ରହୁଥିବା ଆମର ଭାଇ ଭଉଣୀ ମାନଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ତେବେ ଗତକାଲି ଆନ୍ଧ୍ର ଓଡ଼ିଶା ଭୌଗଳିକ ସୀମାରେ ପଶି କୋରାପୁଟ ଜିଲ୍ଲା ହେଉ ଅଥବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓଡ଼ିଶାର ଲୋକମାନଙ୍କୁ ସେ ରାଜ୍ୟର ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଅତ୍ୟନ୍ତ ଚିନ୍ତାର ବିଷୟ ।
ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ସଠିକ୍ ଭାବରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶା । ଏହାସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତ୍ୱର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ଆମର ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ସମ୍ମିଳିତ ପ୍ରୟାସ ନିଶ୍ଚିତ ଭାବରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।