-
ବିଶ୍ୱରେ ବସବାସ କରୁଥିବା ସମସ୍ତ ପ୍ରାଣୀଙ୍କ ମା ଗୋମାତା -ଡ଼ ରାମସୁନ୍ଦର ଦାସଜୀ ମହାରାଜ
-
ଗୋଶାଳା ଗୋ ସୁରକ୍ଷା ର ବାଟ ନୁହେଁ -ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ ରେ ଆସିଥିବା ଛତିଶଗଡ ର
ଗୋ ସେବା ଆୟୋଗ ଅଧ୍ୟକ୍ଷ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ପ୍ରାପ୍ତ ମହାମଣ୍ଡଳେଶ୍ୱର ରାଜେଶ୍ରୀ ମହନ୍ତ ଡ଼ ରାମସୁନ୍ଦର ଦାସଜୀ ମହାରାଜ |ପ୍ରଥମ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତ ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ତାଙ୍କ ସହିତ ଉପସ୍ଥିତ ଥିଲେ ଗୋବିନ୍ଦ ଗୋଧାମ ଗୋଶାଳା ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ |ମହାପ୍ରଭୁ ଙ୍କ ଦର୍ଶନ ପରେ ସେମାନେ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ ରେ ପହଞ୍ଚିଥିଲେ |ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ପୁରୀ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଭଳି ପବିତ୍ର ଧାମ ରେ ଭବ୍ୟ ଗୋଶାଳା ଦେଖି ଗୋମାତା ଙ୍କୁ ଚାରା ପ୍ରଦାନ ପୂର୍ବକ ଆଶୀର୍ବାଦ ପ୍ରାପ୍ତି କରି ନିଜକୁ ଧନ୍ୟ ମନେ କରିଥିଲେ |ଗୋଶାଳା ରେ ପ୍ରସାଦ ସେବନ କରି କରିଥିଲେ|
ମହାରାଜ ତାଙ୍କ ମନ୍ତବ୍ୟରେ କହିଥିଲେ ଆମର ଭାରତୀୟ ସଂସ୍କୃତି ସନାତନ ଧର୍ମରେ ଗୋମାତା ଙ୍କ ବିଶେଷ ସ୍ଥାନ ଅଟେ | ଭାରତୀୟ ସଂସ୍କୃତି ଓ ସନାତନ ଧର୍ମକୁ ଋଷି ସଂସ୍କୃତି ଏବଂ କୃଷି ସଂସ୍କୃତି ବୋଲି ମାନନ୍ତି |ଦୁଇଟି ଯାକ ସଂସ୍କୃତି ପାଇଁ ଗୋମାତା ଙ୍କ ଉପସ୍ଥିତ ଆବଶ୍ୟକ ଅଛି |ବିଶ୍ୱ ପୂଜିତ ଗୋମାତା ଙ୍କ ବିଷୟରେ କୁହାଯାଇଛି ଯେ ଗାଇ ବିଶ୍ୱର ମାତ୍ରହ,ଗୋମାତା ବିଶ୍ୱ ର ମାତା ଅଟନ୍ତି |ବିଶ୍ୱରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ମା ଗୋମାତା ବୋଲି କୁହାଯାଇଛି |ଏହି ଗୋମାତା ଙ୍କ ସଂରଂକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ଛତିଶଗଡ ଶାଶନ ଦ୍ୱାରା ପ୍ରତ୍ୟେକ ଗ୍ରାମରେ ଗୋ ଠାନ ର ନିର୍ମାଣ କରାଯାଉଛି |ଗୋ ଧନ୍ୟାୟ ଯୋଜନା ଅନୁସାରେ ପ୍ରତ୍ୟେକ ଗୋପାଳକ ଠାରୁ ୨ ଟଙ୍କା କିଲୋ ହିସାବରେ ଗୋବର କିଣା ଯାଉଛି |ଗୋ ଅଭୟରଣ୍ୟ ପ୍ରତ୍ୟେକ ଜିଲ୍ଲାରେ ବନାଇବା ପାଇଁ ଯୋଜନା ପ୍ରସ୍ତୁତି କରାଯାଇଛି |ଓଡିଶା ସରକାର ଙ୍କୁ ନିବେଦନ କରିଥିଲେ ଯେ ଓଡିଶା ସରକାର ଙ୍କୁ ମୋର ଆଗ୍ରହ କରୁଛି ଯେ ଗୋମାତା ଙ୍କ ସଂରଂକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ଛତିଶଗଡ ସରକାର ଙ୍କ ଭଳି ଗୋମାତା ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରି କାମ କରିବା ଦରକାର | ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ମହାରାଜ ଙ୍କ ସହିତ ଆଲୋଚନା ସମୟରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ କହିଥିଲେ ଯେ “ଗୋଶାଳା ଗୋ ସୁରକ୍ଷା ର ବାଟ ନୁହେଁ” |ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ଓ ଘରେ ଘରେ ଗୋମାତା ଙ୍କୁ ସୁରକ୍ଷା ଦିଆ ନଯିବ ସେ ପର୍ଯ୍ୟନ୍ତ ଗୋମାତା ଙ୍କ ସୁରକ୍ଷା ଓ ସରଂକ୍ଷଣ ଅସମ୍ଭବ |