
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି । ହାତୀ ମୃତ୍ୟୁର କାରଣ ଖୋଜି ବାହାର କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି । ସେହିପରି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀ ମଧ୍ୟ ଅସୁସ୍ଥ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।