ସମ୍ବଲପୁର, ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ କିଣାରେ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ପଶ୍ଚିମ ଓଡ଼ିଶାରେ ତିନି ଘଂଟିଆ ଚକାଜାମ୍ ଆନ୍ଦୋଳନ କରାଯାଇଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିଥିଲା । ପଶ୍ଚିମ ଓଡ଼ିଶାର ମୋଟ୍ ୩୭ଟି ବିଧାନସଭା କ୍ଷେତ୍ରରେ ଏହି ଚକାଜାମ୍ କରାଯାଇଥିଲା । ବିଜେପିର ଅନେକ ବରିଷ୍ଠ ନେତା ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।