କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୩୦୯ ନୂଆ ମାମଲା
ନୂଆଦିଲ୍ଲୀ,ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୩୦୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୮୦,୬୦୩ ପହଂଚିଛି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୩୫,୯୨୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୫୫,୪୪୭ ଜଣ ମୃତ୍ୟୁ ବରଣ କରିଛନ୍ତି ।