ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ 32ତମ ଜାତୀୟ ସଡ଼କ ସୁରକ୍ଷାମାସ ପାଳନ ଅବସରରେ ଏକ ତିନି ଦିନିଆ ତାଲିମ ଶିବିରର ଆୟୋଜନ କରାଯାଇଛି।ଆଜି ଥିଲା ଶିବିରର ଉଦ୍ଗଘାଟନ ଉତ୍ସବ। ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ଆଞ୍ଚଳିକ ପରିବହନ ଭଞ୍ଜନଗର ଅଧିକାରୀ ସୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବରେ ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ସନାତନ ସାହୁ, ଯୁବ ରେଡ଼କ୍ରସ କାଉଁସିଲେର ପ୍ରଫେସର ଲୋକନାଥ ମହାନ୍ତି,ଭଞ୍ଜନଗର କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପୂର୍ଣଚନ୍ଦ୍ର ତ୍ରିପାଠୀ,ଯୁବ ରେଡକ୍ରସ କାଉଂସିଲ ଦିଲ୍ଲୀପ କୁମାର ଆଚାର୍ଯ୍ୟ, (ମାଣିତରା କଲେଜ), ମଁଚାସିନଥିଲେ।ସଡକ ସୁରକ୍ଷାଉପରେ ବକ୍ତାମାନେ ବୁଝାଇବା ସହିତ ବିନା ଲାଇସେନ୍ସରେ ଗାଡି ନଚଳାଇବା,ଗାଡି ଚଳାଇବାଓ ପଛରେ ବସିଥିବା ବ୍ୟକ୍ତି ହେଲମେଣ୍ଟ ପିନ୍ଧିବା,ମଦ୍ୟପାନ କରି ଗାଡି ନ ଚଲାଇବା,ବିଶେଷକରି 18 ବର୍ଷରୁକମ ବୟସରେ ପିଲା ମାନକୁ ଗ୍ରାଡି ଚଳାଇବା କୁ ଦେଲେଜେଲ ବାପା ଜେଲ ଯିବା ସହ 25000ଟଙ୍କାଜରିମନା ଦେବାପାଇଁ ଆଇନ ରହିଥିବା ଉପରେ ବୁଝାଇ ଥିବାବେଳେ ସତର୍କବି କରାଇ ଥିଲେ।ରାସ୍ତାର ନିୟମମାନି ଚଳାଇବା ସହ କେଉଁ ଭୁଲ ପାଇଁ କେତେ ଫାଇନ ଓ ଦଣ୍ଡ ବିଧାନ ଉପରେ ସୁଚନା ଦେଇଥିଲେ ।
ଗଞ୍ଜାମ, ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ