

Related Stories
May 11, 2025
ରାଜଗାଙ୍ଗପୁର:ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ରେ ଜନସଂଘ ର ସଂସ୍ଥାପକ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ୫୩ ତମ ପୁଣ୍ୟ ତିଥି ରାଜଗାଙ୍ଗପୁର ଭାଜପା କାର୍ଯ୍ୟଳୟ ରେ ପାଳିତ ହୋଇଛି।ରାଜଗାଙ୍ଗପୁର ଭାଜପା ଅଧ୍ୟକ୍ଷ ଶଙ୍କର ସିଂହ ଙ୍କ ନେତୃତ୍ୱରେ ଦଳର କାର୍ଯ୍ୟକର୍ତା ମାନେ ଉପସ୍ଥିତ ହୋଇ ତାଙ୍କ ଫୋଟୋ ଚିତ୍ର ରେ ମଲ୍ୟାର୍ପଣ କରିବା ସହ ତାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ। ଭାଜପା ବରିଷ୍ଠ ନେତା କୁଳଦୀପ ସିଂହ ନିଜ ଵ୍ୟକ୍ତବ ରେ କହିଲେ ଯେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନୂତନ ଭାରତ ର ନିର୍ମାତା ହିନ୍ଦୁ ସମାଜ ପ୍ରତି ତାଙ୍କ ଜୋଗଦାନ ଅତୁଳନୀୟ।ପଣ୍ଡିତ ଦୀନ ଦୟାଲ ଅମର ରହେ ଜୟକାର ରେ କାର୍ଯ୍ୟାଳୟ କମ୍ପି ଉଠିଥିଲା, ଆଜିର କାର୍ଯ୍ୟକ୍ରମ ରେ ଭାଜପା ପୁର୍ବତନ ଟାଉନ ସଭାପତି ଶ୍ରୀ ଧର ସ୍ଵାଇଁ, ମଣି ଶଙ୍କର କୋଲେ କିଶୋର କୋଇରୀ, ରାଜୀବ ଭଦ୍ରା,ସୁରେଶ ପୁରୋହିତ, ଶଶୀ ରେଖା ସାମଲ, ସୁଭଦ୍ରା ରାଉତ ଅନିତା ଭଟ୍ଟାଚାର୍ଯୟ ସର୍ବାନି ଲାହିରି ଜ୍ୟୋତ୍ସ୍ନା ରାୟ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।