Related Stories
November 23, 2024
ରାଜଗାଙ୍ଗପୁର :-ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ କରୋନା ଟୀକା ପ୍ରଦାନ ରେ ପାତର ଅନ୍ତର କୁ ନେଇ ଅସନ୍ତୋଷ ଦେଖା ଦେଇଛି !ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ପୌର ପାଳିକା ତରଫରୁ ଦ୍ୱିତୀୟ ପ୍ରଯ୍ୟାୟ କରୋନା ଟୀକା ରାଜଗାଙ୍ଗପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ରେ ପ୍ରଦାନ କରାଯାଇଥିବା ବେଳେ ଆଜି ଅସନ୍ତୋଷ ଦେଖା ଦେଇଥିଲା !ଆଜି ପୌର ପାଳିକା ତରଫ ରୁ କରୋନା ୱାରିଆର ନାମକ ଏନ ଜି ଓ ର 30ଜଣ କର୍ମୀ ଲିଷ୍ଟ ଆସିଥିବା ବେଳେ ସେମାନ ଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା !ହେଲେ ଲିଷ୍ଟ ରେ ନାମ ମାନଙ୍କ ମଧ୍ୟ ରେ ବହୁ ନାମ ଏମିତି କେତେ ଜଣ ଙ୍କ ରହିଛି ଯେଉଁ ମାନେ କୋଭିଡ଼ 19 ସଟ ଡାଉନ ଓ ଲକ ଡାଉନ ସମୟରେ ସହର ରେ ଉପସ୍ଥିତ ନଥିବା ବେଳେ ସେମାନଙ୍କ ପାଇଁ କରୋନା ଟୀକା ଦ୍ୱିତୀୟ ପ୍ରଯ୍ୟାୟ ରେ ପ୍ରଦାନ କରୁଥିବା ବେଳେ ରାଜଗାଙ୍ଗପୁର ସହର ରେ କରୋନା କାଳ ରେ ନିଜ ଶରୀର ରୁ ପ୍ଲାଜମା ଦାନ କରିଥିବା ବ୍ୟକ୍ତି, ସାମ୍ବାଦିକ ଓ ଏହି ସମୟ ଯେଉଁ ମାନେ କରୋନା ଯୋଦ୍ଧା ଭାବରେ ନିଜ ଜୀବନକୁ ବାଜି ଲଗାଇ ଥିବା ବେଳେ ସେମାନଙ୍କ ନାମ ଲିଷ୍ଟ ରେ ନାହିଁ !ପୌରପାଳିକ ର ଏହି ପାତର ଅନ୍ତର କୁ ଦେଖି ଆଜି ଜନମହଲ ରେ ଅସନ୍ତୋଷ ଦେଖା ଦେଇଥିଲା !ପୌରପାଳିକା ହୋମିୟ ପାତି ଡକ୍ଟର ଅଶ୍ୱରୀୟ ପାଣିଗ୍ରାହୀ ଙ୍କ କହିବା ଅନୁଯାଇ ପ୍ଲାଜମା ଡୋନର ମାନେ ସୁନ୍ଦର ଗଡ଼ ରେ ପ୍ଲାଜମା ଦାନ କରିଥିବା ବେଳେ କରୋନା ଟୀକା ସେମାନ ଙ୍କୁ ସେଠାରେ ମିଳିବ ବୋଲି କହିଥିଲେ !ଏହା ଆମେ ଏନ ଜିଓ ଙ୍କ ଠାରୁ କରୋନା ଟୀକା ପାଇଁ ଲିଷ୍ଟ ମାଗିଥିଲୁ ସେମାନେ 30ଜଣ ଙ୍କ ଲିଷ୍ଟ ପଠାଇଥିଲେ ଆମେ ତାହା ପଠାଇ ଥିଲୁ ଏଣୁ ଲିଷ୍ଟ ରେ ନାମ ଥିବା ଲୋକ ମାନଙ୍କୁ ଟୀକା ପ୍ରଦାନ କରାଯାଇଛି !ଏଠାରେ ପ୍ରଶ୍ନ ଉଠୁଛି ରାଜଗାଙ୍ଗପୁର ସହର ରେ କରୋନା ସମୟରେ ବହୁ ଏନ ଜି ଓ, ସ୍ବେଛାସେବୀ ମାନେ କାମ କରିଥଲେ ହେଲେ ପୌର ପାଳିକା ତରଫ ରୁ କାହିଁକି କୁହା ଗଲା ନାହିଁ !ଯିଏ କରୋନା ସମୟ ରେ ଯୋଦ୍ଧା ସାଜି କାର୍ଯ୍ୟ କରିଛି ସେମାନଙ୍କ ଲିଷ୍ଟରେ ନାମ ନ ଥିବା ବେଳେ ଯାହାର କରୋନା ସମୟ ରେ ଦର୍ଶନ ନଥିଲା ସେମାନଙ୍କ ନାମ ଲିଷ୍ଟ ରେ ଦେଲା କିଏ.!କାହିଁକି ତାଙ୍କୁ ଅଗ୍ରଧାରୀ କରାଗଲା, ଓ ପୌର ପାଳିକା ର ଏହି ପାତର ଅନ୍ତର କୁ ନେଇ ଜନ ମହଲ ରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହା ପଛରେ ପୌର ପାଳିକା ର କେଉଁ ଉଦ୍ୟସ ରହିଛି ସେଥିନେଇ ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି !