-
ଶ୍ରୀମନ୍ଦିର ପରିସରରେ ଛେପ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
-
୧୨ ଫେବୃ,ଆରୀ ରୁ ଲାଗୁହେବ ନିୟମାବଳୀ-ଶ୍ରୀମନ୍ଦିର ନୀତି ପ୍ରଶାସକ
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବୈଠକ ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ଭକ୍ତ ମାନଙ୍କ ସୁବିଧା ପାଇଁ ନୂତନ ଗାଇଡ଼ ଲାଇନ ଜାରି କରାଯାଇଛି |ଗତ ୨୦ ଦିନର ଅନୁଭୂତି ଏବଂ ଭକ୍ତ ମାନଙ୍କ ଫିଡ଼ବ୍ୟାକ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି |ନୂତନ ଗାଇଡ଼ ଲାଇନ ଅନୁସାରେ ଭକ୍ତମାନେ ସପ୍ତାହ ର ସମସ୍ତ ଦିନ ମାନଙ୍କରେ ମହାପ୍ରଭୁ ଙ୍କର ଦର୍ଶନ କରିପାରିବେ ଯାହାକି ରବିବାର ଦିନ ବନ୍ଦ ରହୁଥିଲା | ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ରାତ୍ରି ଦର୍ଶନ ବନ୍ଦ ହେବାପରେ ସପ୍ତାହରେ ତିନି ଦିନ ଶ୍ରୀମନ୍ଦିର ସାନିଟାଈଜ଼ କରାଯିବ |ପୂର୍ବଭଳି କେବଳ ସିଂହଦ୍ୱାର ଦେଇ ସାନିଟାଈଜ଼ କରି ଭକ୍ତମାନେ ପ୍ରବେଶ କରିବା ସହିତ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରି ପାରିବେ |ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜାରରେ ଲାଗିଥିବା କଟକଣା କୁ ଉଠାଇ ଦିଆଯାଇଛି ଯାହାକି ୧୨ ଫେବୃଆରୀ ରୁ ପୂର୍ବ ଭଳି ଚାଲିବ |ଶ୍ରଦ୍ଧାଳୁ ମାନେ ସକାଳ ୬ ଟା ସମୟରୁ ମହାପ୍ରଭୁ ଙ୍କ ଦର୍ଶନ ପାଇପାରିବେ |କିଛିଲୋକ ଶ୍ରୀମନ୍ଦିର ପରିସରରେ ଛେପ ପକାଉଛନ୍ତି ସେମାନଙ୍କ ଠାରୁ ୧୦୦୦ ଟଙ୍କା ଫାଇନ ଆଦାୟ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ପ୍ରଶାସନ ସହାୟତା ରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ |ଶ୍ରୀମନ୍ଦିର ଭିତରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଛି ସେ ନିୟମ ମାନିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେଉଁ ମାନେ ନ ମାନିବେ ସେମାନଙ୍କ ଠାରୁ ୧୦୦ ଟଙ୍କା ଫାଇନ ଆଦାୟ କରାଯିବା |
ଏହି ନିୟମ ଗୁଡିକ ୧୨ ଫେବୃଆରୀ ରୁ ଲାଗୁହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଡ଼ କ୍ରିଷ୍ଣନ କୁମାର କହିଛନ୍ତି |