-
ପର୍ଯ୍ୟଟକ ଙ୍କ ପାଇଁ ଟ୍ରଷ୍ଟ ତରଫରୁ ଗୋସେବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ପୁରୀଜିଲ୍ଲା ଗୋରୁଆଳ ପଞ୍ଚାୟତ ଅନ୍ତର୍ଗତ ଆଳିପଡ଼ାରେ ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ଦୀର୍ଘବର୍ଷ ଧରି ଗୋସେବା ସହିତ ଦୃର୍ଘଟଣା ଗ୍ରସ୍ତ ଗୋମାତା ମାନଙ୍କର ଚିକିତ୍ସା ସହିତ ଅସହାୟ ଗୋମାତା ମାନଙ୍କର ରହିବାର ସୁବ୍ୟବସ୍ଥା କରାଯାଇ ଆସୁଅଛି | ବୃନ୍ଦାବନ ମଲୁକ ପୀଠାଧିଶ୍ୱର ଶ୍ରୀ ରାଜେନ୍ଦ୍ର ଦାସଜୀ ମହାରାଜ ଜୀ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ କରି ଗୋଶାଳା ରେ ଉର୍ନ୍ନତ ମାନର ରହଣି ସ୍ଥଳ, ଉତ୍ତମ ଖାଦ୍ୟ ଓ ସେବକ ମାନଙ୍କ ଆଗ୍ରହ ଦେଖି ଭାବ ବିହ୍ଵଳ ହୋଇଯାଇଥିଲେ |ସେ କହିଥିଲେ ଯେ ପୁରୀ ର ଅନ୍ୟନାମ ଗୋବର୍ଦ୍ଧନ ପୀଠ |ଏହି ଗୋବର୍ଦ୍ଧନ ପୀଠରେ ଗୋବଂଶ ବଢିବା କଥା ହେଲେ ଗୋବଂଶ ଦିନକୁ ଦିନ ହ୍ରାସ ପାଇବା ରେ ଲାଗିଥିଲା |ପୁରୀରେ ଜିଲ୍ଲା ପ୍ରଶାସନ ସହଯୋଗରେ ଏଭଳି ଭବ୍ୟ ଗୋଶାଳା ଦେଖି ଖୁସି ହୋଇଥିଲେ |ସନାତନ ହିନ୍ଦୁ ଧର୍ମର ରକ୍ଷାପାଇଁ ଗୋମାତା ଙ୍କ ବୃଦ୍ଧି ଓ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି ନିଜର ମତବ୍ୟକ୍ତ କରିଥିଲେ |
ଗୋମାତା ଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୁରୀ ସହରରେ ଅସହାୟ ଭାବେ ଚଳ ପ୍ରଚଳ କରୁଥିବା ଗୋମାତା ବିଶେଷ ଭାବେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ, ବଡଦାଣ୍ଡରେ ବୁଲୁଥିବା ଗୋମାତା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ କୁ ପ୍ରଶଂସା କରିବା ସହିତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | ଆଗାମୀ ଦିନରେ ଗୋମାତାଙ୍କର ଭରପୁର ସେବାକାର୍ଯ୍ୟ ଜୋରଦାର ରେ ଚାଲିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଏହିଭଳି ସହଯୋଗ ଜାରି ରହୁ | ପୁରୀରେ ପହଞ୍ଚୁଥିବା ପର୍ଯ୍ୟଟକ ମାନେ ଗୋମାତା ଙ୍କ ଦର୍ଶନ ପାଇଁ ଏବେ ସହଜରେ ଏହି ଗୋଶାଳାରେ ପହଞ୍ଚି ଗୋମାତା ଦର୍ଶନ ଏବଂ ଗୋସେବା ସୁବିଧା ପ୍ରାପ୍ତି କରିପାରିବେ ଏଥି ପ୍ରତି ଟ୍ରଷ୍ଟ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମତ ପ୍ରକାଶ କରିଛନ୍ତି |