ନୂଆଦିଲ୍ଲୀ, ତୈଳ ବିତରଣ କମ୍ପାନୀଗୁଡିକ ତଥ୍ୟ ପ୍ରଦାନ କରିଛନ୍ତି ଯେ, 01.02.2021 ସୁଦ୍ଧା 1.08 କୋଟି ଏଲପିଜି ଗ୍ରାହକ ସେମାନଙ୍କ ସବସିଡି ଛାଡିଛନ୍ତି ।ଦେଶରେ ଏଲପିଜି ସମେତ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଏଥିସହିତ ପାରସ୍ପରିକ ଦ୍ରବ୍ୟର ଦର ସହିତ ଜଡିତ । ତଥାପି, ସରକାର ସବସିଡିଯୁକ୍ତ ଘରୋଇ ଏଲପିଜି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବା ପାଇଁ ସମାନତା ରକ୍ଷା ଜାରି ରଖିଛନ୍ତି ଯଦ୍ୱାରା ଗ୍ରାହକମାନେ ସବସିଡି ହାରରେ ଉତ୍ପାଦ ପାଇପାରିବେ । ଅନ୍ତର୍ଜାତୀୟ ବଜାରରେ ଉତ୍ପାଦ ମୂଲ୍ୟରେ ବୃଦ୍ଧି / ହ୍ରାସ ଏବଂ ସବସିଡି ଉପରେ ସରକାରଙ୍କ ନିଷ୍ପତ୍ତି ସହିତ ସବସିଡିଯୁକ୍ତ ଘରୋଇ ଏଲପିଜି ଉପରେ ସବସିଡି ବୃଦ୍ଧି / ହ୍ରାସ ନିର୍ଭର କରିଥାଏ ।
ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।