
ନୂଆଦିଲ୍ଲୀ, ଗରିବ ପରିବାରଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ପାଇଁ ସରକାର 5 କୋଟି ଜମା-ମୁକ୍ତ ଏଲପିଜି ସଂଯୋଗ ଯୋଗାଇବା ପାଇଁ “ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା” (ପିଏମୟୁୱାଇ) ଯୋଜନା ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଏହି ସଂଖ୍ୟା 8 କୋଟିକୁ ବୃଦ୍ଧି କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ ସେପ୍ଟେମ୍ବର, 2019 ରେ ହାସଲ ହୋଇସାରିଛି । ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଜାତୀୟ ସ୍ତରରେ ଏଲପିଜି ଉପଭୋକ୍ତା ସଂଖ୍ୟା 01.04.2016 ସୁଦ୍ଧା 61.9% ରୁ 01.01.2021 ସୁଦ୍ଧା 99.5%କୁ ବୃଦ୍ଧି ପାଇଛି । 01.01.2021 ସୁଦ୍ଧା, ମୋଟ ଏଲପିଜି ଗ୍ରାହକଙ୍କ ସଂଖ୍ୟା 28.74 କୋଟିରେ ପହଞ୍ଚିଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳୱାରୀ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି । ପୁଣି, ଫେବୃଆରୀ 01, 2021ରେ ହୋଇଥିବା ବଜେଟ୍ ଘୋଷଣାରେ ପିଏମୟୁୱାଇ ଅଧୀନରେ ଅଧିକ 1 କୋଟି ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ଆହୁରି ମଧ୍ୟ, ତୈଳ ବ୍ୟବସାୟ କମ୍ପାନୀଗୁଡିକ ସେମାନଙ୍କ ଅଧୀନରେ ଥିବା 7208 ଏଲପିଜି ବିତରକମାନଙ୍କୁ 01.04.2016 ରୁ 01.01.2021 ମଧ୍ୟରେ ଏଲପିଜି ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 01.01.2021 ସୁଦ୍ଧା, ସାରା ଦେଶରେ ମୋଟ 199 ଏଲପିଜି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକାରୀ କରୁଛି । ସାଧାରଣତଃ, ଓଏମସିଗୁଡିକ ରିଫିଲ୍ ବୁକିଂର 48 ଘଣ୍ଟା ମଧ୍ୟରେ ଗ୍ରାହକଙ୍କୁ ରିଫିଲ ବିତରଣ କରିବାକୁ ଚେଷ୍ଟା କରିଥାନ୍ତି । ଦେଶରେ ଏଲପିଜି ସମେତ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସମ୍ପୃକ୍ତ ଦ୍ରବ୍ୟର ମୂଲ୍ୟ ସହିତ ଜଡିତ ।