

ରାଷ୍ଟ୍ରୀୟ କରୋନା ଚିତ୍ର ସହ ତାଳ ଦେଇ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଗତ ୨୪ ଘଂଟାରେ ୫,୦୦୦ରୁ କମ୍ ସକ୍ରିୟ ମାମଲା ରିପୋର୍ଟ କରାଯାଇଛି । ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳିରେ ବର୍ତମାନ ଗୋଟିଏ ବି ସକ୍ରିୟ ମାମଲା ନାହିଁ ।
ଦେଶରେ ଗତ ୨୪ ଘଂଟାରେ ୧୧,୦୬୭ ନୂଆ ଦୈନିକ ମାମଲା ରେକର୍ଡ କରାଯାଇଥିବା ବେଳେ ୧୩,୦୮୭ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି । ଏହାଦ୍ୱାରା ଦେଶର ମୋଟ କରୋନା ସକ୍ରିୟ ମାମଲାରେ ନେଟ ୨,୧୧୪ ହ୍ରାସ ପାଇଛି ।
ଦେଶର ମୋଟ ସକ୍ରିୟ ମାମଲାରେ ଦୁଇଟି ରାଜ୍ୟ କେରଳ ଓ ମହାରାଷ୍ଟ୍ରର ଅଂଶ ୭୧% ରହିଛି ।ଗତ ୨୪ ଘଂଟାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଗୋଟିଏ ବି କରୋନା ମୃତ୍ୟୁ ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ହେଉଛି ଉତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର (ୟୁଟି), ଝାଡ଼ଖଣ୍ଡ, ପୁଡୁଚେରି, ମଣିପୁର, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ମେଘାଳୟ, ସିକ୍କିମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଲଦାଖ (ୟୁଟି), ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ।
ଭାରତର ସର୍ବମୋଟ କରୋନା ଆରୋଗ୍ୟ ସଂଖ୍ୟା ୧,୦୫,୬୧,୬୦୮ରେ ପହଂଚିଛି । ଆରୋଗ୍ୟ ହାର ୯୭.୨୭% ରହିଛି ।
୨୦୨୧ ଫେବ୍ରୁଆରୀ ୧୦ ସକାଳ ୮ଟା ସୁଦ୍ଧା ଦେଶବ୍ୟାପୀ ମୋଟ ୬୬ ଲକ୍ଷରୁ ଅଧିକ (୬୬,୧୧,୫୬୧) ହିତାଧିକାରୀ କୋଭିଡ-୧୯ ଟିକାକରଣ ଅଭିଯାନରେ ଟିକା ଗ୍ରହଣ କରିସାରିଛନ୍ତି ।
କରୋନା ଟିକା ନେଇଥିବା ମୋଟ ୬୬,୧୧,୫୬୧ ଜଣଙ୍କ ମଧ୍ୟରେ ୫୬,୧୦,୧୩୪ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୧୦,୦୧,୪୨୭ ଆଗଧାଡ଼ିର କର୍ମଚାରୀ ଅନ୍ତର୍ଭୁକ୍ତ । ଏ ପର୍ଯ୍ୟନ୍ତ ମୋଟ ୧,୩୪,୭୪୬ ସେସନ ଅନୁଷ୍ଠିତ ହୋଇସାରିଲାଣି ।
ଟିକାକରଣ ଅଭିଯାନର ୨୫ତମ ଦିନ (୨୦୨୧ ଫେବ୍ରୁଆରୀ ୯)ରେ ଦେଶରେ ୭,୯୯୦ ସେସନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩,୫୨,୫୫୩ ହିତାଧିକାରୀଙ୍କର ଟିକାକରଣ ହୋଇଛି । ଏମାନଙ୍କ ମଧ୍ୟରେ ୧,୨୮,୦୩୨ ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ବେଳେ ୨,୨୪,୫୨୧ ଜଣ ହେଉଛନ୍ତି ଆଗଧାଡ଼ିର କର୍ମଚାରୀ ବା ଫ୍ରଂଟଲାଇନ ୱାର୍କର ।
ପ୍ରତିଦିନ କରୋନା ଟିକା ନେଉଥିବା ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ନୂଆ ଆରୋଗ୍ୟ ମାମଲାଗୁଡ଼ିକ ମଧ୍ୟରୁ ୮୧.୬୮% ୬ଟି ରାଜ୍ୟରେ ଦେଖିବାକୁ ମିଳିଛି ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ୬,୪୭୫ ରୋଗୀ ଦିନକରେ ଆରୋଗ୍ୟ ଲାଭ କରିଛନ୍ତି । ସେହିଭଳି ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୨,୫୫୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଥିବା କର୍ଣ୍ଣାଟକରେ ୫୧୩ ଜଣ ସୁସ୍ଥ ହୋଇଛନ୍ତି ।
ଦୈନିକ ନୂଆ ମାମଲା ମଧ୍ୟରୁ ୬ଟି ରାଜ୍ୟରେ ୮୩.୩୧% ନୂଆ ମାମଲା ଦେଖିବାକୁ ମିଳିଛି । କେରଳରେ ସର୍ବାଧିକ ୫,୨୧୪ ଦୈନିକ ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ମହାରାଷ୍ଟ୍ରରେ ୨,୫୧୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ତାମିଲନାଡୁରେ ୪୬୯ ନୂଆ ମାମଲା ରିପୋର୍ଟ କରାଯାଇଛି ।
ଗତ ୨୪ ଘଂଟାରେ ଦେଶରେ ୯୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ୬ଟି ରାଜ୍ୟର ଭାଗ ୮୦.୮୫% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ କେରଳରେ ୧୯ ଓ ପଞ୍ଜାବରେ ୮ ମୃତ୍ୟୁ ରେକର୍ଡ କରାଯାଇଛି ।